STORYMIRROR

Asutosh Patro

Abstract

2  

Asutosh Patro

Abstract

ବର୍ଷା ଝରେ

ବର୍ଷା ଝରେ

1 min
369

ବର୍ଷା ଝରେ

ନଦୀ ନାଳ ଝରଣା ପର୍ବତ ଉପରେ

ଢାଳିଦେବାକୁ 

ଶୁଷ୍କ ଛାତିରେ ତାଙ୍କର

କଳସୀ କଳସୀ ସନ୍ତ୍ବନାର ଜଳ


ବର୍ଷା ଝରେ

ଗଛଳତା, ତୃଣ, ମହାଦ୍ରୁମ ଉପରେ

ପ୍ରକୃତି ଉପରେ ଘୋଡେଇ ଦେବାକୁ

ନବପଲ୍ଲବର ସବୁଜ ଓଢଣୀଟିଏ


ବର୍ଷା ଝରେ

ପାଟି ଆଁ କରି ପଡିଥିବା

ଅନ୍ନଦାତାର ଶୁଖିଲା ଜମି ଉପରେ

ଚେରେଇଦେବାକୁ

ତା ମନରେ ଖୁସିର ହସ ଟିକେ


ବର୍ଷା ଝରେ

ଗରିବର ଅଲରା ଛାତ ଉପରେ

ଭିଜେଇଦିଏ ଗୋବର ଲିପା ଚଟାଣକୁ

ଆହୁରି ଟିକିଏ ସନ୍ତାପି ଦେବାକୁ

ଦିନଯାକର ଭୋକିଲା ପେଟକୁ


ବର୍ଷା ଝରେ

ଦ୍ୟୁପ୍ଲେକ୍ସ ବଙ୍ଗଳା ଉପରେ

ଶୀତୁଆ ପାଗରେ ନାଚିବାକୁ

ସାଂପେନ ଗିଲାସର

ଟୁଣ୍ ଟାଣ୍ ଶବ୍ଦ ସହ ତାଳଦେଇ


ବର୍ଷା ଝରେ

କୁନିପିଲାଙ୍କ ମେଳରେ

ହଜିଯିବାକୁ ଉକୁଟା ହସରେ ତାଙ୍କର

କାଗଜ ଡଙ୍ଗାଟି ଭାସି ଯାଉଯାଉ

ଭିଜିଭିଜି ନାଚୁଥିଲା ବେଳେ


ବର୍ଷା ଝରେ

ଯୁବକ ଯୁବତୀ ମନରେ

ଭରିଦେବାକୁ ଅନେକ ଶିହରଣ ଉନ୍ମାଦନା

ଯୌବନର ପହିଲି ପ୍ରେମ ନିମନ୍ତ୍ରଣରେ


କେବଳ ବର୍ଷା ଇ ଜାଣେ

ସେ ତ ଅବିଶ୍ରାନ୍ତ ଝରିଚାଲିଥାଏ

ମାଟି ମା କୋଳେ ପଡି

ମୁହଁ ଗୁଞ୍ଜି, ଭେଡିଯାଇ ଫେରିଯିବା ପାଇଁ

ପୁଣିଥରେ ତା ମାତୃଗର୍ଭକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract