STORYMIRROR

Asutosh Patro

Classics

3  

Asutosh Patro

Classics

ବିବର୍ତ୍ତନ

ବିବର୍ତ୍ତନ

1 min
40


ପ୍ରଶ୍ନବାଚୀର ଶିକୁଳିରେ

ବନ୍ଧା ପଡିଛି ଆଜି

ଏକଛତ୍ରବାଦର ଈଶ୍ୱର ସାଜିଥିବା

ସୃଷ୍ଟିର ଶ୍ରେଷ୍ଠତ୍ୱ


ଜଗତର ବିସ୍ତୀର୍ଣ୍ଣ ପରିସୀମା ଭିତରେ

ନିଜକୁ ସଂକୁଚିତ କରିବାକୁ ବାଧ୍ୟ ହେଲାଣି

ଆତ୍ମଘୋଷର ତୂର୍ଯ୍ୟନାଦ


ଅହଂକାରର ଉତ୍ତାଳ ଊର୍ମିରେ ଭାସିଭାସି

କୂଳ ପାଶୋରି ଦେଲାଣି

କୋକେଇରେ ବୁହା ହେଉଥିବା

ଏନ୍ତୁଡ଼ିଶାଳର ନିଆଁ


ବୁଣି ଚାଲିଥିବା ଅବଜ୍ଞାର

ସରହଦକୁ ଅତିକ୍ରମ କରି

ଯୁଦ୍ଧମ୍ ଦେହୀ ଡାକରା ଦେଲାଣି

ଜନ୍ମଲଗ୍ନକୁ ଗଣନା କରିକରି

ନିଜକୁ ଶକ୍ତ କରିସାରିଥିବା

ଜଗତକୁ ଭଲପାଇବାର ଶୂନ୍ୟତା


ବିବର୍ତ୍ତନ ଚକିରେ ପେଷିହୋଇ

ନୂତନ ସୃଷ୍ଟିର ବିଗୁଲ ବଜାଇଲାଣି

ଶ୍ରେଷ୍ଠ ମସ୍ତିଷ୍କର ନିକୃଷ୍ଟ ମନୋଭାବରୁ

ନିଜକୁ ମୁକ୍ତ ଘୋଷଣା କରିସାରିଥିବା

ଛାତି ଭିତରର ଲୁକ୍କାୟିତ ଭୟ


କେବଳ ଶ୍ରେଷ୍ଠତ୍ୱ ନୁହେଁ

ଭୂତ ଭୂତାଣୁ ମଧ୍ୟ ବନ୍ଧା ପଡିଛନ୍ତି

ବାଧ୍ୟ ଶିଶୁଟିଏ ଭଳି

ଗତାନୁଗତିକ ଜୈବିକ କ୍ରମର

ସେଇ ଅନନ୍ତ ସମୟ ଚକ୍ରରେ


ସାବଧାନ ସାବଧାନ !

ନୂତନ ବିବର୍ତ୍ତନ ବି ଯୋଡ଼ିଦେଇପାରେ

ବିଭୀଷିକାର ଫର୍ଦ୍ଦଟିଏ

ନିରଙ୍କୁଶ ସାମ୍ରାଜ୍ୟର ସ୍ବର୍ଣ୍ଣିମ ଇତିହାସରେ

*****

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics