ବାହାନା
ବାହାନା


ଠିଆ ହୋଇ ଦେଖୁଥିଲି
ବିତିଯାଇଥିବା ସମୟର ଛାଇରେ
ମିଛ କହୁଥିଲା ଦର୍ପଣ
ସତ କହିବାକୁ
ସାହସ ଜୁଟାଇ ନଥିଲା ଜୀବନ ।
ଏନ୍ତୁଡ଼ିଶାଳରୁ ମଶାଣିକୁ
ସରିଗଲା ଯାତ୍ରା ପାରିଲିନି ଜାଣି
ଜୀବନର ରଙ୍ଗଟା କେବଳ ଫିକା
ଜାଣିଲା ବେଳକୁ ସବୁକିଛି ଧୋକା ।
ତୁମ ସହ ଭେଟ ହେବା
ଥିଲା ମୋର ଏକମାତ୍ର ଲକ୍ଷ୍ୟ
ଏନ୍ତୁଡ଼ିଶାଳରୁ ମଶାଣିକୁ
ଯାତ୍ରା ତ ଥିଲା ଗୋଟେ ବାହାନା
ଚିହ୍ନିବା ପାଇଁ ଜୀବନକୁ ।