STORYMIRROR

Asutosh Patro

Others

3  

Asutosh Patro

Others

ବର୍ଷା ଆଉ ମୁଁ

ବର୍ଷା ଆଉ ମୁଁ

1 min
271

ଉଜାଣି ବାଦଲ

ନିଗାଡି ଦେଲାଣି

ଗ୍ରୀଷ୍ମର ଫର୍ମାନରେ

ଅତିଷ୍ଠ ହୋଇଯାଇଥିବା କୋହକୁ

ବେଖାତିର କରି


ଦୁଇଟି ନିଆଁ ଦୁନିଆରେ

କୁହୁଳି କୁହୁଳି ଫାଟିପଡ଼ିଲାଣି

ଜାକିଯାଇଥିବା ମନଟି

ଆବେଗକୁ ଚିରିଦେଇ


ଆକୁଳ ବର୍ଷାବିନ୍ଦୁ ମିଶିଯାଉ ଲୁହରେ

ତୁମର କୋହ ଓ ମୋ ଆବେଗକୁ

ଏକାକାର କରି

ଭାସିଯିବା ତୁମେ ଆଉ ମୁଁ

ସବୁ ଭୁଲିଯାଇ

ସମୟ ନଈ ସେପାରି



Rate this content
Log in