STORYMIRROR

Asutosh Patro

Classics

4  

Asutosh Patro

Classics

ସ୍ୱାଭିମାନର ଅସ୍ଥିକଳସ

ସ୍ୱାଭିମାନର ଅସ୍ଥିକଳସ

1 min
23.1K

ଛଳନାର କୋକେଇରେ ବୁହା ଚାଲିଛି

ଶେଷ ନିଶ୍ୱାସ ନେଇସାରିଥିବା

ଉଚ୍ଚାକାଂକ୍ଷାର ନିର୍ଜୀବ ଶରୀର


ଶ୍ମଶାନର ନିରବତା ମଧ୍ୟରେ

ଆତ୍ମସମର୍ପଣ କରିସାରିଛି

ଚୈତନ୍ୟର ଜରାଜୀର୍ଣ୍ଣ ଗମ୍ବୁଜ


ମନର ଶାନ୍ତ କବର ଭିତରେ

ଆଉଟୁପାଉଟୁ ହେଉଛି 

ନିରୋଳା ମୁହୂର୍ତ୍ତଗୁଡିକର ଆର୍ତ୍ତ ଚିତ୍କାର


ଈର୍ଷ୍ୟାର ଜୁଇରେ ଜଳିସାରିଲାଣି

ଛାତି ଭିତରେ ତରଳୁଥିବା

ସ୍ଥିରତାର ଅବ୍ୟକ୍ତ ଅବଶେଷ


ଉଦବିଘ୍ନତାର ପାଉଁଶ ଭିତରୁ

ଖୋଜିଖୋଜି ସଜା ହେଉଛି

ସ୍ୱାଭିମାନର ଅସ୍ଥି କଳସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics