STORYMIRROR

Milly Pradhan

Classics

3  

Milly Pradhan

Classics

ଭାଇ ଭଉଣୀ ବନ୍ଧନ

ଭାଇ ଭଉଣୀ ବନ୍ଧନ

1 min
95

କେମିତି ଗଢିଛି ବିଧାତା ,

ଏମିତି ଏକ ବନ୍ଧନ ନିଆରା,

ଯେଉଁ ବନ୍ଧନେ ରହିଛି ପବିତ୍ରତା, 

ଯାହା ବିନା ପରିବାର ଅଧୁରା ।


ସେଇ ସମ୍ପର୍କ ହେଉଛି ଭାଇ ଭଉଣୀର ,

ଅନ୍ତ ନାହିଁ କେବେ ଯେଉଁ ସମ୍ପର୍କର,

ଗୋଟିଏ ଜିନିଷକୁ ଦୁହେଁ ମାଗନ୍ତି,

ଯଦି ନ ମିଳେ ବସି ମୁହଁ ଫୁଲାନ୍ତି। 


ଦୁହେଁ ମିଶି ଘରେ କରନ୍ତି କଳି,

ଦୁହେଁ ଦୁହିଁଙ୍କୁ କେତେ ଦିଅନ୍ତି ଗାଳି,

କଳି ଭିତରେ ଲୁଚି ରହିଛି ସ୍ନେହ,

ବିଧାତା ଗଢିଛି ଏମିତି ବନ୍ଧନ। 


ଅପେକ୍ଷାରେ ରହିଥାଏ ଭଉଣୀଟିଏ,

ରକ୍ଷାବନ୍ଧନକୁ ଜଗି ବସିଥାଏ,

ଏଇ ପବିତ୍ର ଦିନ ଆସଇ ଯେବେ,

ଭାଇ ହାତେ ରାକ୍ଷୀ ବାନ୍ଧଇ ସେବେ।


ଭାଇର ଶୁଭ ମନାସି ସିଏ,

ଭାଇଠୁ ସୁରକ୍ଷାର ପ୍ରତିଜ୍ଞା ନିଏ,

ଭଉଣୀର ସୁରକ୍ଷା ଭାଇ ହାତରେ,

ଆଜୀବନ ଭାଇ ଭଉଣୀର ସୁରକ୍ଷା କରେ।


ଏମିତି ହେଉଛି ଭାଇ ଭଉଣୀ ବନ୍ଧନ,

ସାଇତି ରଖନ୍ତି ସ୍ନେହ ସାରା ଜୀବନ,

ତୁଳସୀଠୁ ବି ସେ ଅଧିକ ପବିତ୍ର,

ଏଇ ବନ୍ଧନ ଉଚ୍ଚରେ ରହୁ ସର୍ବତ୍ର ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics