STORYMIRROR

Milly Pradhan

Classics

3  

Milly Pradhan

Classics

ବନ୍ଧନ ଭାଇ ଭଉଣୀର

ବନ୍ଧନ ଭାଇ ଭଉଣୀର

1 min
64

ସେନେହ କରେ ସେ ଅନେକ,

କିନ୍ତୁ କେବେ କରେ ନାହିଁ ପ୍ରକାଶ,

ମୋ ଆଖିରୁ ଝରିଲେ ଲୁହ,

ତା ହୃଦୟ ରୁ ଝରଇ ଲହୁ,

ତା ଭଳି ହୃଦୟ କାହାର ନାହିଁ

ସେ ହେଲେ ଆମର ଭାଇ ।।


କେବେ ସେ ଦିଅଇ ପିତା ର ସେନେହ,

ପିତା ଅନୁପସ୍ଥିତି ରେ ଦିଏ ସେ ପରିଚୟ,

ସବୁବେଳେ ସେ ରୁହେ ଆମର କବଚ ହୋଇ,

ସବୁ ବିପଦରୁ ସେ ଭଉଣୀକୁ ରକ୍ଷା କରଇ।।


ଟିକେ ଭାଙ୍ଗି ପଡ଼ିଲେ ଭଉଣୀ ତାର,

ଦିଏ ସେ ଭଉଣୀକୁ ଅନେକ ସାହସ,

ଯାଏ ଯେବେ ରୁଷି ତା' ଭଉଣୀ,

ମନେଇ ନିଏ ସେ କହି କାହାଣୀ ।।


ସେନେହ ଡୋରିରେ ବନ୍ଧା ଆମରି ଜୀବନ

ରାକ୍ଷୀ ହୋଇଥାଉ ସାକ୍ଷୀ ଆମ ପବିତ୍ର ବନ୍ଧନର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics