STORYMIRROR

Milly Pradhan

Inspirational

3  

Milly Pradhan

Inspirational

କୁମ୍ପା

କୁମ୍ପା

1 min
557

ପିଲାଦିନୁ ଦେଖି ଆସିଛି ମୁହିଁ,

ମା ' ମୋ ହାତେ ମୁଦ୍ରାଟି ଦେଇ,

ଇଶାରା କରେ କୁମ୍ପାରେ ଦେ' ପକେଇ,

ସେଦିନୁ ସାଜିଲା କୁମ୍ପାଟି ମୋର,

ମୋ ପାଇଁ ସେ ସଞ୍ଚୟ ଘର ll


କୁମ୍ପାଟି ସିନା ଅଟଇ ଛୋଟ,

ସଞ୍ଚିଥାଏ ସେ ଅନେକ ଧନ,

ଆଜି ମନେପଡ଼େ ସେ ପୁରୁଣା ଦିନ,

ସେଇ କୁମ୍ପାରୁ ନେଇ ସଞ୍ଚିତ ଧନ,

ଦିନେ କରିଥିଲି ମୁଁ ଗରିବଙ୍କୁ ଦାନ ll


ସଞ୍ଚୟ କରିବା ନୁହେଁ ଖରାପ ଗୁଣ,

ସଞ୍ଚି ଶିଖିଲେ ଦୁନିଆକୁ କିଣିବ ଜାଣ,

ଚାଲ ଶିଖିବା ଆମେ କରି ସଞ୍ଚୟ,

ଅଭାବ କାଳେ ନଥିବରେ ଭୟ ll


ଅଳ୍ପ ଅଳ୍ପ ମିଶି ହୁଏ ଅଧିକ,

ଅଳ୍ପ କୁ କେବେ ନ କର ହୀନ,

କାମରେ ଆସେ ଏଇ ସଞ୍ଚିତ ଧନ,

ମନେ ରଖିଥିବ ମୋର ପ୍ରିୟ ଜନ ll


ଛୁଆଙ୍କୁ ଶିଖାଅ ଥରେ ସଞ୍ଚୟ,

ମନରେ ନ ରଖି ଟିକେ ବି ଭୟ,

ବଜାରୁ ଆଣି କୁମ୍ପାଟେ ଦିଅ,

କୁମ୍ପାଟି ହୋଇବ ଛୁଆର ପ୍ରିୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational