ଜଳ
ଜଳ


ବୁନ୍ଦା ବୁନ୍ଦାରେ ରହିଛି ମହତ୍ୱ ତା'ର
ବୁନ୍ଦା ବୁନ୍ଦାରେ ସେ ଗଢିଛି ସାଗର
ତା'ର ନାମ ଅଟଇ ଜଳ
ତା' ବିନା ଚାଲେନା ଜୀବନ କଳ
ଜଳ ବିନା କି' ଜୀବନ ସମ୍ଭବ ?
ଜଳ ବିନା ସୃଷ୍ଟି ହୋଇବ ନାଶ
ଜଳ ସଞ୍ଚିବାକୁ କର ପ୍ରୟାସ
ଜଳ ବିନା ଅସମ୍ଭବ ଜୀବଜଗତ
ଜଳ ବିନା କି' ଜୀବନ ସମ୍ଭବ ?
ଜଳ ବୁନ୍ଦାଟିର ଜାଣ ମହତ୍ୱ
ଜଳ ବିନା ନାହିଁ ଆମ ଅସ୍ତିତ୍ବ
ବୁନ୍ଦାଏ ଜଳ ଭାରି ଅମୂଲ୍ୟ
ଜଳ ବିନା ଜୀବନ
ମନେ ଚିନ୍ତିଲେ ଲାଗଇ ଭୟ
ଜଳ ବିନା କି' ଜୀବନ ସମ୍ଭବ ?
ଜଳ ସମସ୍ତଙ୍କ ପାଇଁ ଅମୂଲ୍ୟ ସମ୍ପଦ
ସମୟ ଆଗରୁ କର ସଂରକ୍ଷଣ
ରୋକିଦିଅ ରେ ଏଇ ଜଳ ପ୍ରଦୂଷଣ
ଜଳ ବିନା କି' ଜୀବନ ସମ୍ଭବ ?
ଜଳର କର ସଦୁପଯୋଗ
ଖୁସିରେ ବଞ୍ଚିବାକୁ ଦିଅ ସୁଯୋଗ
ଜଳ ସଞ୍ଚିଲେ ସୁନ୍ଦର ହୋଇବ ଜଗତ
ଜଳ ବିନା କି' ଜୀବନ ସମ୍ଭବ ?