STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
359


ମା,ବାପା ସ୍ନେହ ଜନ୍ମ ଷଠିଘର ବିନ୍ଦୁଏ ସିନ୍ଦୂର କରିଦିଏ ପର

ପରକୁ ଆପଣା ବନ୍ଧନେ ବାନ୍ଧେ ମଥାର ଟୋପାଏ ସିନ୍ଦୂର 

ମୋହ ମାୟା ଭରା ସଂସାର 

ସୈାଭାଗ୍ୟବତୀ ନାରୀ ର ସିନ୍ଥିରେ ଶୋଭା ବର୍ଦ୍ଧକ ସିନ୍ଦୂର ।।


ପରଝିଅ ଦିନେ କନକ ବେଦୀରେ ବନ୍ଧୁ ବାନ୍ଧବ ଗହଳେ

ବ୍ରାହ୍ମଣ, ଯଜ୍ଞାଗ୍ନି ଦେବତା ସମିପେ ବାନ୍ଧି ହୋଇଯାଇ ଥାଏ

ସେଇ ସିନ୍ଦୂର ବିନ୍ଦୁଏ

ଆପଣା ର କରି ନେଇଯାଇ ଥାଏ ପରା ଜନ୍ମ ଜନ୍ମାନ୍ତରେ ।।


ସିନ୍ଦୂର ବିନ୍ଦୁ ବିରତ୍ଵ ପ୍ରତୀକ ବୀର ମାଥେ ଶୋଭା ପାଏ

ବୀର ଜୟଯାତ୍ରା କାଳେ ସେ ସିନ୍ଦୂର ଦାଉ ଦାଉ ଦେଖାଯାଏ 

ସିନ୍ଦୂର ଫରୁଆ ଟିଏ

ତାହା ଲକ୍ଷ୍ମୀ ସାଆନ୍ତାଣୀଙ୍କ ପ୍ରତୀକ ସମ ପୁଜା ହୋଇଥାଏ ।।


ଦେବୀ ମନ୍ଦିରରେ ଦେବୀଙ୍କ ମଥାରେ ସିନ୍ଦୂର ବିନ୍ଦୁ ଧାରେ

କେତେ ମହାନତା ମହନୀୟତା ସିନ୍ଦୂର ବହନ କରେ

ଦେବୀ ଆଶିଷ ସିନ୍ଦୂରେ

ପ୍ରତିଫଳିତ ଯେ ହୋଇଥାଏ ପରା ଭକ୍ତ ହୃଦ କନ୍ଦରରେ ।।


ସିନ୍ଦୂର ପ୍ରଣୟ ମହାନତା ରଖେ ବିରତ୍ଵ ସନ୍ତକ ସିଏ

ସିନ୍ଦୂର ବିନ୍ଦୁରେ ମହା ଦେବୀଙ୍କର ନିରାଜନା ହୋଇଥାଏ

ତନ୍ତ୍ର ସାଧନେ ଇଏ

ତାନ୍ତ୍ରିକ ମନ୍ତ୍ର ମନ୍ତ୍ରରେ ମନ୍ତୁରି ଵସିଭୂତ କରିଦିଏ ।।


ସିନ୍ଦୂର ରେ ଗଜାନନ ବିଶୋଭିତ ସିନ୍ଦୂର ରେ ହନୁମନ୍ତ

ସିନ୍ଦୂର ମହାତ୍ମ ଆଦିମ ଯୁଗରୁ ହୋଇଅଛି ସନ୍ନିହିତ

ସିନ୍ଦୂର ର ଏଇ ମହତ

ବିନ୍ଦୁଏ ସିନ୍ଦୂର ପାଇଁ ଏ କବିର କବିତା ବୁଝିବେ ପଣ୍ଡିତ ।।



Rate this content
Log in

Similar oriya poem from Inspirational