STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ବିଜ୍ଞାନ ଓ ଆମ ଦେଶ

ବିଜ୍ଞାନ ଓ ଆମ ଦେଶ

1 min
554

ବିଶ୍ୱର ପ୍ରଥମ ବିଜ୍ଞାନ ଭାବରେ ଗଣା ବୈଦିକ ବିଜ୍ଞାନ

ବ୍ରହ୍ମାଣ୍ଡର ସ୍ଥିତି ସୂର୍ଯ୍ୟ ଚନ୍ଦ୍ର ତାରା ପୃଥିବୀର ଆଗମନ ।

ବୈଦିକ ଗଣିତ ବିସ୍ମୟ ଦେଖାଏ ମହାକାଶ ଗବେଷଣା

ଶୂନ୍ୟର ମାନକ ସଂଖ୍ୟାର ମହତ ଆମ ଦେଶୁ ଗଲା ଜଣା ।

ରୋମାନ୍ ନ୍ୟୁମରାଲ୍ କେତେ ଯେ କଠିନ ବଡ ବଡ ସଂଖ୍ୟା ପାଇଁ 

ଅନୁମାନ ଆମ ସହଜ ହୋଇବ ଲକ୍ଷ କୋଟି ଗଲେ ଗାଇ ।

ଆର୍ଯ୍ୟଭଟ୍ଟ ନାମେ ମହାକାଶ ଯାନ ଆର୍ଯ୍ୟଭଟ୍ଟଂକୁ ସମ୍ମାନ

ଜ୍ୟୋତିଷ ଗଣନା ବିଶ୍ୱ ସଭ୍ୟତାକୁ ଦାନ ତାଙ୍କ ମହୀୟାନ।

ଖଗୋଳ ବିଜ୍ଞାନ ସୂର୍ଯ୍ୟ ଚନ୍ଦ୍ର ଗତି ଗ୍ରହରୁ ଗ୍ରହ ଦୂରତା

ସୂର୍ଯ୍ୟ ପରାଗ କି ଚନ୍ଦ୍ର ଗ୍ରହଣର ହିସାବରେ ଦଣ୍ଡ ଲିତା ।

'ସିଦ୍ଧାନ୍ତ ଦର୍ପଣ' ରଚନା କାଳରେ ପଠାଣି ସାମନ୍ତ ବାଣୀ

ଯେତେ ଦିନ ଥିବେ ସୂର୍ଯ୍ୟ ଚନ୍ଦ୍ର ତାହା ହେଉଥିବ ପରମାଣି । 

ଡାରଉଇନଂକ ଇଭୋଲ୍ଯୁସନର ଆଗୁ କବି ଜୟଦେବ

ଗୀତଗୋବିନ୍ଦରେ ଦଶାବତାରରେ ବଖାଣିଲେ ବଇଭବ। 

ଶିଉଳିରୁ ମତ୍ସ୍ୟ କଛପ ବରାହ ନରସିଂହ ଯେ ବାମନ

ଭୃଗୁରାମ ରାମ ହଳରାମ ବୁଦ୍ଧ କଳ୍କିରେ ସୃଷ୍ଟି ବିଲୀନ ।

ଚରକ ଶୁଶ୍ରୁତ ଆୟୁର୍ବେଦ ବିଦ୍ୟା ପାରଦର୍ଶିତା ପ୍ରମାଣି

ବାଉଁଶ ପାତରେ ଶଲ୍ଯ ଚିକିତ୍ସାର ପଦ୍ଧତି ଦେଲେ ବଖାଣି। 

ଏମିତି ପତର ନାହିଁ କେଉଁ ବୃକ୍ଷେ ଔଷଧୀୟ ଗୁଣ ନାହିଁ 

ବୃକ୍ଷ ପୂଜା ତେଣୁ ପ୍ରଚଳିତ ଦେଶେ ଦାରୁ ଦିଅଁ ଆନ କାହିଁ !!

କ୍ଲୋନିଙ୍ଗ ଥିଓରି ବେଦବ୍ୟାସ କଲେ ଗାନ୍ଧାରୀ ଗର୍ଭେ ପରୀକ୍ଷା 

ଗୋଟିଏ ଭୃଣକୁ ଶତ ଖଣ୍ଡ କଲେ ଦୁର୍ଯ୍ୟୋଧନ ଆଦି ଦୀକ୍ଷା। 

ବୃକ୍ଷ ଲତାଙ୍କର ସମ୍ବେଦନ ଗାଥା ଜଗଦୀଶ ଚନ୍ଦ୍ର ଗାଇ

ଚନ୍ଦ୍ର ଶେଖର ଭେଂକଟ ରମଣ ନୋବେଲ ଶିରରେ ବହି ।

ବୁଦ୍ଧ ମହାବୀର ଗାନ୍ଧୀ ବିବେକାନନ୍ଦଙ୍କ ବାଣୀ ଉଦ୍ଦାତ୍ତ

ବୈଜ୍ଞାନିକ ପରୀକ୍ଷାର ଅପେକ୍ଷା ନ ରଖେ ସ୍ୱତଃସିଦ୍ଧ ବିତ୍ତ ।

ଦେବଭୂମି ଯହିଁ ବୈଜ୍ଞାନିକ ଭାଷା କମ୍ପ୍ୟୁଟର ଉପଯୋଗୀ

ଭୋଗବାଦ ନୁହେଁ ମନ୍ତ୍ର ଦେଇଛି ଦେଶ ଆମ ହୁଅ ଯୋଗୀ ।

    


Rate this content
Log in

Similar oriya poem from Inspirational