ନାରୀ
ନାରୀ
ଜନନୀ ଭଗିନୀ ଜାୟା ବନ୍ଧୁ ରୂପ ଧରି
ସମାଜର ଶିରୀ ତୁହି ଅଟୁ ଆଗୋ ନାରୀ
ସଂସାରର ସୃଷ୍ଟି ତୋଠୁଁ ତୁ ଆଦ୍ୟା ସ୍ବରୁପା
ତୁହି ଅଟୁ ନାରାୟଣୀ ତୁହି ଶତଋପା।
ସ୍ନେହ ଶ୍ରଦ୍ଧା ସମର୍ପଣ ସ୍ବଭାବ ତୋହରି
ତୋହରି ନମ୍ର ଭାବରେ ଜୀବ ଯାଏ ତରି
ଲାଳନ ପାଳନ ଆଉ ପ୍ରତିପୋଷଣର
ଅଙ୍ଗୀକାର ସମର୍ପଣ ଅନନ୍ୟ ତୋହର।
ସକାଳରୁ ସଞ୍ଜ ଆଉ ସଞ୍ଜରୁ ସକାଳ
ସଦା ଥାଉ କର୍ମରତ ଥାଉ ତୁ ଚଞ୍ଚଳ
କର୍ମ ତୋର ଚାଲିଥିଏ ନିଃସ୍ବାର୍ଥ ଭାବରେ
ତୋ କର୍ମରେ ପରିବାର ସୁଖ ଯେ ବିସ୍ତରେ।
କୋମଳ ଶରୀର ତୋର କୋମଳ ସ୍ବଭାବ
ତୋ ସୁଖ ପାଇଁ ଯେ ରହୁ ସମାଜର ଭାବ।