STORYMIRROR

Sudhir Kumar Panda

Inspirational

4  

Sudhir Kumar Panda

Inspirational

ନାରୀ

ନାରୀ

1 min
285

ଜନନୀ ଭଗିନୀ ଜାୟା ବନ୍ଧୁ ରୂପ ଧରି

ସମାଜର ଶିରୀ ତୁହି ଅଟୁ ଆଗୋ ନାରୀ

ସଂସାରର ସୃଷ୍ଟି ତୋଠୁଁ ତୁ ଆଦ୍ୟା ସ୍ବରୁପା

ତୁହି ଅଟୁ ନାରାୟଣୀ ତୁହି ଶତଋପା।


ସ୍ନେହ ଶ୍ରଦ୍ଧା ସମର୍ପଣ ସ୍ବଭାବ ତୋହରି

ତୋହରି ନମ୍ର ଭାବରେ ଜୀବ ଯାଏ ତରି

ଲାଳନ ପାଳନ ଆଉ ପ୍ରତିପୋଷଣର

ଅଙ୍ଗୀକାର ସମର୍ପଣ ଅନନ୍ୟ ତୋହର।


ସକାଳରୁ ସଞ୍ଜ ଆଉ ସଞ୍ଜରୁ ସକାଳ

ସଦା ଥାଉ କର୍ମରତ ଥାଉ ତୁ ଚଞ୍ଚଳ

କର୍ମ ତୋର ଚାଲିଥିଏ ନିଃସ୍ବାର୍ଥ ଭାବରେ

ତୋ କର୍ମରେ ପରିବାର ସୁଖ ଯେ ବିସ୍ତରେ।


କୋମଳ ଶରୀର ତୋର କୋମଳ ସ୍ବଭାବ

ତୋ ସୁଖ ପାଇଁ ଯେ ରହୁ ସମାଜର ଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational