Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ମାନବଜୀବନ ନୁହଇଁ କେବଳ

ମାନବଜୀବନ ନୁହଇଁ କେବଳ

1 min
272


ମାନବ ଜୀବନ ନୁହଇଁ କେବଳ

ନିଜ ସ୍ୱାର୍ଥ ପାଇଁ ମରିବା

ଜାତି ହିତ ପାଇଁ କାମ କଲେ ସିନା

ମଲା ପରେ ଯଶ ଲଭିବା l

ମାନବ ଜୀବନ ନୁହଇଁ କେବଳ

ନିଜ ସୁଖ ପାଇଁ ଜଳିବା

ନିଜେ ହସି ସଭିଙ୍କୁ ହସାଇଲେ ସିନା

ଜଗତେ ସମ୍ମାନ ପାଇବା l

ମାନବ ଜୀବନ ନୁହଇଁ କେବଳ

ଶହେ ବର୍ଷ ଯାଏଁ ବଂଚିବା

ସତ୍ୟ, ଶାନ୍ତି, ଦୟା, କ୍ଷମାକୁ ଆଦରି

ସଭିଙ୍କୁ ଆପଣା କରିବା l

ମାନବ ଜୀବନ ନୁହଇଁ କେବଳ

ନିଜ କଥା ଭାବି ବଞ୍ଚିବା

ସଭିଙ୍କ ସଂସାର ସୁଖରେ ହସିଲେ

ରାମ ରାଜ୍ୟ ଫେରି ପାଇବା

ରାମ ରାଜ୍ୟ ଫେରି ପାଇବା l



Rate this content
Log in

Similar oriya poem from Inspirational