STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

"ନାରୀ"

"ନାରୀ"

1 min
313


ଆହେ ଦୟାମୟ

ବିଶ୍ଵବିହାରୀ

ନିଜ ହାତେ ତୁମେ

ଗଢିଲ ନାରୀ।୧।


କାହା ହାତେ ସିଏ

ଖେଳଣା ନୁହେଁ

ଖୁସିରେ ସିଏ ତ

ବଞ୍ଚିବା ଚାହେଁ।୨।


ଲୋଭି ସେ ଆଦର

କରେ ନିଜର

ଛୋଟ ବଡ଼ ଯେତେ

ନ ଭାବି ପର।୩।


ଝିଅଟିଏ ସିଏ

ହସାଇ ଦିଏ

ବୋହୂ ବେଶେ କେବେ

ବିଦା ସେ ହୁଏ।୪।


ପାଇଣ ସଂସ୍କାର

ଆଦର୍ଶ ଶିକ୍ଷା

ଜ୍ଞାନ ଗୁଣେ ସିଏ

କରଇ ରକ୍ଷା।୫।


ମଧୁର ବଚନ

କୁହଇ ଜାଣି

ମାଆଟିଏ ହୋଇ

ହସାଏ ପୁଣି।୬।


ନାରୀ ଜୀବନ ଯେ

ଦୁଃଖର ଘର

ତ୍ୟାଗ କରି ସିଏ

ହୁଏ ନିଜର।୭।


ଭୁଲି ଯାଇ ସିଏ

ନିଜ କଷଣ

ସେବୀ ଚାଲି ଥାଏ

ଯାଏ ମରଣ।୮।


ଧନ୍ୟ ତୁହି ନାରୀ

ସହନଶୀଳା

ତୋ ଠାରେ ରହିଛି

କେତେ ଯେ କଳା।୯।


ତୋ ବିନା ସଂସାର

ପୁରା ଅନ୍ଧାର

ସବୁଠି ଖୋଜା ଯେ

ହୁଏ ତୋହର।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational