ଗୁରୁ ଭକ୍ତି
ଗୁରୁ ଭକ୍ତି
ଗୁରୁ ଯେ ଶିକ୍ଷକ, ଅବା ଶିକ୍ଷୟିତ୍ରୀ,
ଗୁରୁ ଯେ ଅଧ୍ୟାପକ ।
ଗୁରୁ ପୁଜି ଶିଷ୍ୟ, ହୁଏ ମହା ଜ୍ଞାନୀ,
ଗୁରୁ ହିଁ ଜ୍ଞାନ ରକ୍ଷକ ।।
ଶିଷ୍ଟାଚାର କ୍ଷମା, କର୍ତ୍ତବ୍ୟ ଗହଣା,
ନେଇଣ ଗୁରୁ ଶିକ୍ଷକ ।
ଅଜ୍ଞାନ ଅନ୍ଧାରୁ, ଧରି ହସ୍ତ ଗୁରୁ,
ଦିଅନ୍ତି ନବ ଆଲୋକ ।।
ଚାହେଁ ନାହିଁ ପୂଜା, ଚାହେଁ ନାହିଁ ଦାନା,
ଚାହେଁ ନା ଗୁରୁ ଯେ କନା ।
ଗୁରୁ ଚାହିଁ ଥାଏ, ଛାତ୍ର ଭବିଷ୍ୟତ,
ନ ଥାଏ ଅନ୍ୟ ବାହାନା ।।
ଛାତ୍ର ଅବା ଛାତ୍ରୀ, ଗୁରୁ କୃପା ବଳେ,
ପାଆନ୍ତି ଦିବ୍ୟ ଆଲୋକ ।
ଗୁରୁ ମହିୟାନ, ଏହି ଧରା ଧାମେ,
ଦେଇଣ ଦକ୍ଷତା ଭେକ ।।
ଗୁରୁ ଭକ୍ତି ସାଥେ,ଗୁରୁ ସେବା ଅଟେ,
ଶିଷ୍ୟ ପାଇଁ ମହା ଧର୍ମ ।
ସମ୍ମାନ ବଢିବ, ମର୍ଯ୍ୟାଦା ବଢିବ,
କୃପା ପାଇଁ କଲେ କର୍ମ ।।
ଗୁରୁ ଆଶୀର୍ବାଦ, ପାଇବାର ଯୋଗ୍ୟ,
କରିଣ ଗଢି ତୋଳିବା ।
କୁକର୍ମକୁ ତ୍ୟାଗୀ, ସୁକର୍ମ କରିବା,
ମଣିଷ ହୋଇ ବଞ୍ଚିବା ।।
ଆଧୁନିକ ଯୁଗ, ଶିଖାଉଛି ଆଜି,
ଅଧର୍ମ ମାର୍ଗ ଦର୍ଶନ ।
ଜ୍ଞାନକୁ ହଜାଇ, ଅଜ୍ଞାନ ପଥରେ,
ବିତୁ ଅଛି ଆମ ଦିନ ।।
ଭୁଲି ଯାଉଛନ୍ତି, ଶାସ୍ତ୍ର ଧର୍ମ ଜ୍ଞାନ,
ହଜି ଯାଏ ରୀତି ନୀତି ।
ଜ୍ଞାନର ଆଶାରେ, ଅଜ୍ଞାନ ଆବୋରି,
ଯାଉଅଛି ଦିନ ବିତି ।।