STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ଯୁଗେ ଯୁଗେ ନାରୀ

ଯୁଗେ ଯୁଗେ ନାରୀ

1 min
488

ଧନ୍ୟ ମା ତୁହି ଜନ୍ମ ଦାତ୍ରୀ ଗୋ

ଧନ୍ୟବାଦ ତତେ ଦିଏ

ମୋ ଅନ୍ତରାତ୍ମା ତୋ ପାଦ ଛୁଇଁ

କୋଟିଏ ଜୁହାର ଚାହେଁ ।।


ଜନ୍ମ କଲୁ ମା ଏନ୍ତୁଡ଼ି ଶାଳରେ

ମରି ହଜିଲି ତୋ କୋଳେ

କେତେ ଶ୍ରଦ୍ଧାରେ କୋଳେଇ ନେଉ ମା

ମରଣେ କି ଜନ୍ମ କାଳେ ।।


ପିଲାଟି ଦିନରୁ ତୋ କୋଳେ ଧରି

ଖୁଆଇଲୁ ଦୁଧ ତୋର

ତୋ ରକ୍ତରୁ ମୋ ଶରୀରର ସୃଷ୍ଟି

ଏହାହିଁ ଶେଷ୍ଠ ବିଚାର ।।


ସତ୍ୟଯୁଆଗରୁ ତ୍ରେତୟା,ଦ୍ଵାପର

ଶେଷରେ କଳି

ସତ୍ୟ,ଧର୍ମ ନ୍ୟାୟ ଶିଖାଇ ରହିଛି

ନିଜ ନାମେ କାଳି ବୋଳି ।।


ତୋ ଗୁଣ ଗାରିମା କି କହିବି ମା

ଯୁଗେ ଯୁଗେ ଜାଉ ବଳି

ତୋ କଳ୍ପନା ତୋ ସଂଗ୍ରଚନା

ମହୀମା ନ ପାରେ କଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational