Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Inspirational

5.0  

Dipti lekha Mishra

Inspirational

ଗଛ ଆମର ବନ୍ଧୁ

ଗଛ ଆମର ବନ୍ଧୁ

1 min
216


ଏଇ ଦୁନିଆରେ ଜନମ ଆମର

ବଂଚି ଭଲ କାମ କର

ଅନ୍ୟାୟ ଅନୀତି ଠାରୁ ରହି ଦୂରେ

ପ୍ରଭୂ ସୁମରଣା କର ॥


ଜୀବନ ଚଲାପଥେ ଚଳିବା ପାଇଁ

ଲୋଡା ଭଲ ବନ୍ଧୁଟିଏ

ଦୁଇଗୋଡିଆ ସାଥେ ରହିବେ ଆମ

ଖୋଜ ଗଛ ସାଥିଟିଏ ॥


ଜନମରୁ ମରଣ ଲୋଡା ହୁଅଇ

ଗରବ ନ କରୁଥାଈ

ଅମ୍ଲଜାନ ଦେଈ ବିଷ ପିଉଥାଏ

ତାକୁ ଭୂଲିବା ନାଇଁ ।


ଏମିତି ବନ୍ଧୁଟିଏ ସାଥିରେ ଥିଲେ

ଜୀବନ ଯେ ସୁରକ୍ଷିତ

ଭୋକ ଶୋଷ ମେଣ୍ଟାଇବାକୁ ଆମକୁ

ନୀତି ଯେ ସେ ଦଣ୍ତାୟତ ॥


ବିଭା,ବ୍ରତ ଭଳି ସାମାଜିକ କାର୍ଯ୍ୟେ

ଖୋଜୂ ଆମେ ଏଣେ ତେଣେ

ଗଛ ଲଗାଇବା ଶହ ଶହ ଯଦି

ଦୁଃଖ ଆସେନି ଜୀବନେ ।


ତା ଭଳି ବନ୍ଧୁ ନାହିଁ ଜଗତେ କିଏ

ନିତି ହେବ ଯିଏ ସାହା

ତାକୁ କାଟିକୁଟି ଏ ମଣିଷ ଜାତି

ପାଉଅଛି ଆଜି ରାହା ॥


ବନ୍ଧୁ ଖୋଜିବା ଯଦି ଗଛ ହିଁ ଜାଣ

ସିଏ ହେଉ ଆମ ପ୍ରାଣ

ପରିବେଶ ସୁରକ୍ଷା କେତେ ଜୀବଙ୍କ

ରଖିବ ସୁଖ ଜୀବନ ॥



Rate this content
Log in

Similar oriya poem from Inspirational