STORYMIRROR

ବି. ନିରୁପମା

Inspirational

4  

ବି. ନିରୁପମା

Inspirational

ଅଛି ଏବେ ସ୍ମୃତିହୋଇ

ଅଛି ଏବେ ସ୍ମୃତିହୋଇ

1 min
446


ମୋ ଜନମ ତିଥି ପଡ଼ୁଥିଲା ଯେବେ

ଖୁସି ହେଉଥିଲି ଭାରି ,

ନୂଆ ପୋଷାକକୁ ପିନ୍ଧି ନେଉଥିଲି

ହଳଦୀ ଲଗାଇ କରି ।


ଦିଅଁ ପାଶେ ମାଆ ଦୀପ ଜାଳୁଥିଲା

ମୋ ଶୁଭ ମନାସୀ କେତେ ,

ଚନ୍ଦନଚିତାକୁ ମଥାରେ ପିନ୍ଧାଇ

ଖୋଉଥିଲା ପିଠା ମୋତେ ।


ଗୁରୁଜନଙ୍କର ଆଶୀର୍ବାଦ ଲୋଡ଼ି

ନୁଆଉଁଥିଲି ମୁଁ ମଥା ,

ଆଈମାଆ ହସି ପାକୋଇ ପାଟିରେ 

କହୁଥିଲା କେତେ କଥା ।


ମାଆ କଥା ମାନି ଅନ୍ୟ ଲୋକଙ୍କୁ ମୁଁ

ବାଣ୍ଟୁଥିଲି ପିଠାପଣା ,

ସାନଭାଇ ସାଥେ ସାଇ ବୁଲୁଥିଲି

ନ ଥିଲା ତ କଟକଣା ।


ପାଠପଢ଼ା ବେଳେ ପାଠ ପଢ଼ୁଥିଲି

ଖେଳବେଳେ ଖେଳି ଖେଳ ,

ସୁନାଝିଅ ଭାବେ ସମ୍ବୋଧିତା ହୋଇ

କଟିଯାଉଥିଲା ବେଳ ।


ଆଉ କିଛି ଭଲକାମ କରିବାକୁ

ପଣ କରୁଥିଲି ମୁହିଁ ,

ପିଲାଦିନର ସେ ଜନ୍ମଦିନ କଥା

ଅଛି ଏବେ ସ୍ମୃତିହୋଇ ।



Rate this content
Log in

Similar oriya poem from Inspirational