STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଖିଏ ହସ

ଖିଏ ହସ

1 min
430


ସୁଖରେ ଟିକିଏ

ରହିବା ପାଇଁ

କର୍ମ କରି ଯିବା

ଅନ୍ୟକୁ ଚାହିଁ।୧।


ପାପ ପୂଣ୍ୟ ଏଠି

ସବୁ ସମାନ

ଭଲ କର୍ମ କଲେ

ମିଳେ ନା ମାନ।୨।


ଅନ୍ୟର ଉନ୍ନତି

ଦେଖିଲେ ତୁହି

ନିଜର ପେଟ

କି ପୁରିବ ଭାଇ।୩।


କରି ଯା କର୍ମ ତୁ

ଲଗାଇ ମନ

ସତ କର୍ମ ତୋର

ରଖିବ ମାନ।୪।


ସତ୍ୟ ପଥେ ନିତି

ଚାଲିବୁ ଭାଇ

ଖିଏ ହସ ହସି

ବଞ୍ଚିବୁ ତୁହି।୫।


ସତ୍ୟ,ନ୍ୟାୟ,ଧର୍ମ

ସାଥିରେ ଧରି

କର୍ମ କରିଯିବୁ

ଆଗେ ସବୁରି।୬।


ଅନ୍ୟାୟ ବିତ୍ତକୁ

ଚାହିଁବୁ ନାହିଁ

କର୍ମ କରି ଯିବୁ

ଧର୍ମକୁ ଚାହିଁ।୭।


ଶେଷ ଦୋଷା ତୋର

ହେବ ସୁନ୍ଦର

ସ୍ୱର୍ଗାଲୋକେ ରହି

ହେବୁ ଅମର।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational