Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

5.0  

Ranjan Kumar Brahma

Inspirational

ଫୁଲ

ଫୁଲ

1 min
553



ଟିକି ଟିକି ଫୁଲ ବଗିଚାରେ ଦେଖ

ଦିଶୁଅଛି କେଡେ ସୁମୋନହର ।

ବସନାରେ ତାଙ୍କ ଅକୃଷ୍ଟ ହୋଇଣ

ଚାଲି ଆସିଥାନ୍ତି କେତେ ଭଅଁର ।୧।


ରୂପ ରଙ୍ଗରେ ତାର ତୁଳନା ନାହିଁ 

ନାଲି ହଳଦିଆ ଭଳିକି ଭଳି ।

ବଡ଼ ଠାରୁ ସାନ ସମସ୍ତେ ନିରେଖି 

ଦୁଃଖକୁ ନିଜର ଯାଆନ୍ତି ଭୁଲି ।୨।


ଯୋଗୀ ଭୋଗୀ ସବୁ ଆଦରି ନିଅନ୍ତି 

ନିଜ କାମ ପୁରା କରିବା ପାଇଁ ।

ସରାଗେ ବଗିଚା ତିଆରି କରନ୍ତି 

ସର୍ବଦା ଅମଳ କରିବା ପାଇଁ ।୩।


ଦେହ ମୁହଁ ତାର ଦିଶେ ନିରିମଳ 

ପତର ମଧ୍ୟରେ ଥାଇ ସୁଢଳ ।

ପାଖର ଲୋକଙ୍କୁ ସରଗେ କହୁଛି

ନିଅ ବନେଇବ ସୁନ୍ଦର ମାଳ ।୪।


ଫୁଲଠାରୁ ଆମେ ସରବେ ଶିଖିବା 

ଦାନ କଲିଆଣ ସେବାର କଥା ।

ସଭିଙ୍କ ସାଥିରେ ମିଳିମିଶି ରହି

ବାଣ୍ଟିବା ଆନନ୍ଦ ସୁନ୍ଦର ବାର୍ତ୍ତା ।୫।



Rate this content
Log in

Similar oriya poem from Inspirational