STORYMIRROR

Anupama Sahu

Romance

4  

Anupama Sahu

Romance

ନିଶିଗନ୍ଧା-୪

ନିଶିଗନ୍ଧା-୪

1 min
183

ସ୍ୱପ୍ନ ରାଇଜର  ପ୍ରୀତି ସୌଦାଗର 

   ସପନ ବଣିକ ମୋର 

ନିଶିର ବାନ୍ଧବ  ଆଗୋ ନିଶିକାନ୍ତ 

   ପାଶୁ ହୁଅ ନାହିଁ ଦୂର।


ଆକାଶର ତାରା  ମିଟି ମିଟି କରି 

   ଦେଖ ଦେଉଛନ୍ତି ହସି 

ଲାଜରେ କଇଁଟା  ସରମୀ ଯାଉଛି 

    ଆକାଶରେ ଦେଖି ଶଶି।


ଜୋଛନା ପଖଳା  ଧରଣୀ ରାଣୀର 

   ବଧୂ ବେଶ ଦେଲେ ଦେଖି 

ତନ୍ମୟେ ତଲିନ୍ନ   ତନୁକୁ ମୋହର 

    ଆୟତ୍ତେ ହୁଏନା ରଖି।


ଆସ ତୋଳି ଦେବା   ପ୍ରେମର ସଉଧ 

    ସାତରଙ୍ଗ ମାଖି ଦେହେ

ଭିଜା ରଜନୀରେ   ମିଳନ ଶେଜରେ 

     ହଜିବା କାମନା ମୋହେ।


ଦେଖ ଭରିଅଛି   ଦେହେ ମୋର ତାତି 

     ଅଭିସାର ରଚ ହସି 

ତୁମରି ପରଶ      ଭରିବ ହରଷ 

     ଯଉବନ ଦେବ ନିଶି।


ରୂପସୀ କାମିନୀ   ମୁଁ ଯେ ଅନୁପମା 

   ସୁଧାମୟୀ ପ୍ରୀତି ସୁଧା 

ବିରହ ଅନଳେ    ଦେଖ ମୁଁ ଜଳୁଛି 

    ପ୍ରୀତିପୁଷ୍ପା ନିଶିଗନ୍ଧା।


ବେଦନା ବିଧୁର   ବତୁରା ଜୀବନ 

   ମରୁ ମରିଚିକା ସମ 

ନୀରବେ ନିରତେ   ମୋ ପ୍ରେମ ତରଣୀ 

   ସାହାରା ଖୋଜଇ ତୁମ।

                          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance