ବର୍ଷା ଅଟ ତୁମେ ମୋ ହୃଦୟ ମରୁରେ
ବର୍ଷା ଅଟ ତୁମେ ମୋ ହୃଦୟ ମରୁରେ
ମରୁ ଭୂମି ପ୍ରାୟ ହୃଦୟ ମୋହର
ଜଳ ବୁନ୍ଦା ପାଇଗଲା ।
ପ୍ରେମ ଜଳ ପାଇ ସେ ମରୁଭୂମିରେ
ମରୁଦ୍ୟାନ ପ୍ରସ୍ଫୁଟିଲା ।
କ୍ଳାନ୍ତ ପଥିକଟେ କ୍ଲାନ୍ତ ହୃଦୟରେ
ଚାଲୁଥିଲା ଏକା ଏକା ।
ଆଶା ହୀନ ସ୍ଵପ୍ନ ହୀନ ଜୀବନ ଟା
ଥିଲା ମିଛ ମରୀଚିକା ।
ଚାରିଆଡେ ଥିଲା ନିଦାଘର ଗ୍ରୀଷ୍ମ
ମରୁବାଲି ଶୁଷ୍କ ଥିଲା ।
ଯାଯାବର ପରି ହୃଦୟ ମରୁରେ
ମନ ଏକା ବୁଲୁଥିଲା ।
କେତେ ବାଲି ଝଡ଼ ଆସିଛି ହୃଦୟେ
ମନ ଏକା ସିନା ଜାଣେ ।
ସ୍ନେହ ସ୍ପର୍ଶ ଟିକେ ପାଇବାକୁ ମନ
ବୁଲୁଥିଲା ଏଣେ ତେଣେ ।
ପ୍ରେମ ଜଳ ତୁମେ ଛିଞ୍ଚି ଦେଲ ସା ଥି
ହୃଦୟ ମରୁଭୂମିରେ ।
ଆଶାର ତୃଣ କଁଅଳି ଉଠିଲା
ସାଥି ତୁମ ପ୍ରେମ ସ୍ପର୍ଶରେ ।
ହୃଦୟ ମରୁରେ ସେହି ତୃଣ ଆଜି
ବଞ୍ଚି ଅଛି ତୁମ ପାଇଁ ।
ହୃଦୟ ର ସେହି ଟାଙ୍ଗରା ଭୂଇଁରେ
ତୁମେ ଅଟ ତାର ଛାଇ ।
ସ୍ନେହ ବାଦଲ ରେ ପ୍ରେମର ଜଳକୁ
ତା ପାଇଁ ଆଣିବ ତୁମେ ।
ମମତାର ବର୍ଷା ହୋଇ ବରଷିବ
ଜିଉଁଥିବ ତୁମ ନାମେ ।
ମନ ମରୁ ପରା ଖୋଜୁଅଛି ସାଥି
ଟିକିଏ ପ୍ରେମର ବର୍ଷା ।
ଝରିଗଲେ ପ୍ରେମ ମମତା ବିନ୍ଦୁରେ
ମିଳି ଯିବ ତାକୁ ଆଶ୍ରା ।
ବର୍ଷା ସାଜି ସାଥୀ ତୁମେ ଆସିଅଛ
ହୃଦୟ ମରୁଭୂମିରେ ।
ଜଳର ଆଶା ଦେଖାଇ ସାଥି ତୁମେ
ଠକି ଦେବନି ଯେ ମିଛରେ ।
ଆଶାର ତୃଣଟି ମରି ଯିବ ସାଥି
ପ୍ରେମ ଜଳ ବିରହରେ ।
ତୁମେ ପରା ସାଥି ବର୍ଷା ବୁନ୍ଦା ପ୍ରାୟ
ଅଟ ମୋ ହୃଦୟ ମରୁ ରେ ।