ରାତି ମଲେ କିଏ ଅଧିକ କାନ୍ଦେ ?
ରାତି ମଲେ କିଏ ଅଧିକ କାନ୍ଦେ ?
ରାତି ମଲେ କିଏ ଅଧିକ କାନ୍ଦେ
ଜହ୍ନ ନା ଝରାଫୁଲ ନା ଏ କବି ?
ମିଞ୍ଜିମିଞ୍ଜି କୋଟି କୋଟି ସେ ତାରକା ଆକାଶର,
ପାରେନି ଦୁରେଇ ରାତିର ସେ ଅମା ଅନ୍ଧାର ।
କରେ ଆଲୋକିତ ଏ ସାରା ଧରା ମୋ ମାମା ଚାନ୍ଦ ବିଛେଇ ଜ୍ୟୋତ୍ସ୍ନା ,
ଦେଇ ଅନୁପମ ବିସ୍ଛୁରିତ ଶୀତଳ କିରଣ ବଢାଏ ଶୋଭା ମନୋହର ଝରାଫୁଲର ବାସ୍ନା ।
ରାତି ଗଲେ ପାହି ଜହ୍ନ ଯାଏ ହଜି ସୂର୍ଯ୍ୟାଲୋକର ଗରମ ପଣତେ,
ସତେ ଯେପରି ଶୀତଳ ଜୋଛନା ହଜିଗଲା କାହିଁ କେତେ ପଛେ ।
ସେ ଝରା ଫୁଲ ଅଟେ ରାଣୀ ତୁ ରାତିର,
ରାତିରେ ଫୁଟି ମହକି ବଢାଏ ସୌନ୍ଦର୍ଯ୍ୟ ପୁଣି ରଜନୀର ।
ହାଏ ତା ଭାଗ୍ୟ ରାତିକୁ ସଜେଇ ପାଇଛି ଆୟୁଷ ରାତିଟେ,
ମିଶିଯାଏ ମାଟିରେ ଝଡି ଯାଇ ଉଇଁଲେ ସୁରୁଜ ପୁରୁବ ଦିଶା ପଟେ ।
କବି ଯେ ଗଢ଼ଇ ସୁନ୍ଦର କବିତା ଅଳଙ୍କାର ଛନ୍ଦ ଦେଇ,
ଜହ୍ନର ଜ୍ୟୋତ୍ସ୍ନା ଫୁଲରବାସ୍ନା ପୁଣି କେବେ ରାତିର ସୁନ୍ଦରତାକୁ ନେଇ ।
ହେଲେ କବିତା ପୂର୍ଣ୍ଣତାର ଅଳଙ୍କାରରେ ସଜେଇହେବା ଆଗେ ଯଦି ରାତି ଯାଏ ପାଇ,
ପୁଣି ଏକ ସୁନ୍ଦର ରଜନୀ କବିତା ରୂପୀ ଚିତ୍ର ଆଙ୍କିବାକୁ ଅନେଇ ଥାଏ ଚାହିଁ ।

