STORYMIRROR

Badal Nanda

Romance Classics

4  

Badal Nanda

Romance Classics

ତୁମେ

ତୁମେ

1 min
242


ତୁମେ ଜହ୍ନର ସୁଶୀତଳ କିରଣ

ତୁମେ ପୁଣି ଗ୍ରୀଷ୍ମର ଟାଣ ଖରା,

ତୁମେ ମରୁଭୂମିରେ ଜଳ ବିନ୍ଦୁ

ତୁମେ ଦିଗହରା ର ଧ୍ରୁବତାରା l


ତୁମେ ପଥିକର ଶ୍ରମ

ତୁମେ କୃଷକର ଝାଳ,

ତୁମେ କୋଇଲିର କଣ୍ଠ

ତୁମେ ଶ୍ରାବଣର ଫଲଗୁ ଧାର l


ତୁମେ ଧାର୍ମିକର ଜପାମାଳୀ

ତୁମେ ବଂଶୀର ସ୍ୱର,

ତୁମେ କେବେ ସ୍ଵଛ ଆକାଶ 

ପୁଣି କେବେ ଘୁର୍ଣ୍ଣିଝଡ l


ତୁମେ ପ୍ରେମିକାର ଅବୁଝା ମନ

କେବେ ତୁମେ ଗୋଲାପର ବାସ୍ନା,

କେବେ ତୁମେ ଶୀତ ସକାଳର ଶିଶିର 

ପୁଣି କେବେ ଚାତକର ତୃଷ୍ଣା l


Rate this content
Log in

Similar oriya poem from Romance