STORYMIRROR

Badal Nanda

Inspirational

3  

Badal Nanda

Inspirational

ଗାନ୍ଧୀହେ ତୁମେ ଗଲା ପରେ

ଗାନ୍ଧୀହେ ତୁମେ ଗଲା ପରେ

1 min
220

ଗାନ୍ଧୀହେ ତୁମେ ଗଲା ପରେ....

ଗାନ୍ଧୀହେ ତୁମେ ଗଲା ପରେ....

ବାରମ୍ବାର ଉଠେ ଅହିଂସା ର ସ୍ୱର,

ହେଲେ ଅହିଂସାର ନାହିଁ ଦେଖା ହେ

ଗାନ୍ଧୀହେ ତୁମେ ଗଲାପରେ..

ନାହିଁ ଆଉ ଲାଠିର ଡର

ଗରିବ ଉପରେ ମହଙ୍ଗା ମାଡ,

ଖଣି ଠାରୁ ଖାଦାନ ଯାଏଁ ସବୁଠି ବିଦେଶୀ ଭୟ ହେ....

ଗାନ୍ଧୀହେ ତୁମେ ଗଲାପରେ..

ରାଜନୀତି କରେ ଏଠି ଖଦି ବସ୍ତ୍ର

ଛାତ୍ରଙ୍କ ହାତରେ ବେଆଇନ ଅସ୍ତ୍ର,

ତବ ରାମରାଜ୍ୟେ ଏବେ ହିଂସାର ଚାଲିଛି ରାଜ ହେ... 

ଗାନ୍ଧୀହେ ତୁମେ ଗଲାପରେ..

ଦରିଦ୍ରତା ଏଠି ସର୍ବାଧିକ

କାହାରବି ପୁରେ ନାହିଁ ପେଟ

କିଏ ମାଗେ ଥାଳି ଦେଖାଇ କିଏ ନିଏ  ବେଞ୍ଚ ତଳରେ

ଗାନ୍ଧୀହେ ତୁମେ ଗଲାପରେ..

ଭିତିରି ସଂଘର୍ଷ ଘନ ଘନ

ନିର୍ଦୋଷ ଦିଅନ୍ତି ବଳିଦାନ,

ଏବେବି ଥରୁଛି ଏ ଦେଶ ମାଟି ଗୋଳା ବନ୍ଧୁକର ଧ୍ୱନିରେ...

ଗାନ୍ଧୀହେ ତୁମେ ଗଲା ପରେ...

ନାରୀଙ୍କ ସୁରକ୍ଷା ନାରା ଶୁଭେ

ଶୋଷଣ ଚାଲେ ସମଭାବେ

ରାସ୍ତାରେ ଚାଲେନା ନାରୀଟେ ଏଠି ଦିନରେ ପୁରୁଷ ଭୟରେ.....

ଗାନ୍ଧୀହେ ତୁମେ ଗଲା ପରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational