STORYMIRROR

Badal Nanda

Classics Inspirational

3  

Badal Nanda

Classics Inspirational

ଜଦି ମୁଁ ଯାଦୁଗର ହୋଇଥାନ୍ତି

ଜଦି ମୁଁ ଯାଦୁଗର ହୋଇଥାନ୍ତି

1 min
175

ଜଦି ମୁଁ ଯାଦୁଗର ହୋଇଥାନ୍ତି

ତୋ ଲମ୍ବା ଲମ୍ବା ଧଳା କେଶର

ରଙ୍ଗକୁ କଳା କରିଦେଇଥାନ୍ତି

ଜଦି ମୁଁ ଯାଦୁଗର ହୋଇଥାନ୍ତି l


ଜଦି ମୁଁ ଯାଦୁଗର ହୋଇଥାନ୍ତି

ତୋର ଅତୀତକୁ ପ୍ରବେଶ କରି

ତୋର ପାଇଥିବା ସବୁ କଷ୍ଟରେ

ଅଙ୍କୁଶ ଲଗାଇଥାନ୍ତି,

ଜଦି ମୁଁ ଯାଦୁଗର ହୋଇଥାନ୍ତି l


ଜଦି ମୁଁ ଯାଦୁଗର ହୋଇଥାନ୍ତି

ତୋ ବୟସର ଅପରାହ୍ନରେ

ତୋତେ ସର୍ବଦା ଅଳ୍ପବୟସ୍କା ହେବାର

କଳା ଶିଖାଇଦେଇଥାନ୍ତି,

ଜଦି ମୁଁ ଯାଦୁଗର ହୋଇଥାନ୍ତି l


ଜଦି ମୁଁ ଯାଦୁଗର ହୋଇଥାନ୍ତି

ପ୍ରତି ଦିବା ନିଶି ମୋର ହସ୍ତ

ଯୋଜନ ଯୋଜନ ଲମ୍ବ କରି

ତୁମ ଚରଣ ସ୍ପର୍ଶ କରିଥାନ୍ତି

ତୋ ଆଶୀର୍ବାଦ ପାଇବାରେ

ହେ ମା' ମୁଁ ସଦା ସକ୍ଷମ ହୋଇଥାନ୍ତି,

ଜଦି ମୁଁ ଯାଦୁଗର ହୋଇଥାନ୍ତି l


Rate this content
Log in

Similar oriya poem from Classics