STORYMIRROR

Badal Nanda

Inspirational

4  

Badal Nanda

Inspirational

ତୁମେ କଣ ଭବିଷ୍ୟତ ଦ୍ରଷ୍ଟା ?

ତୁମେ କଣ ଭବିଷ୍ୟତ ଦ୍ରଷ୍ଟା ?

1 min
267


ଖଣ୍ଡେ ସାଧା କାଗଜ ମିଳିଲେ,

ମୁଁ ସେଥିରେ ଆଙ୍କିଦେଇଯାଉଥିଲି,

ଘୋଡା, ହାତୀ ଆଉ ଅବିକଳ ମୁହଁ ସବୁ l

କୁଆଡେ ଗଲା,

କୁଆଡେ ଗଲା ସେ ଛବିଅଙ୍କା ରୁଚି ମୋର,

ମୁଁ ତ କେବେ ଭାବିନଥିଲି,

ମୁଁ ତ କେବେ ଭାବିନଥିଲି ଲେଖକ ହେବି ବୋଲି ,

ମୁଁ ତ କେବେ ଲେଖିନଥିଲି କିଛି କବିତା କି ଗଳ୍ପ,

ତଥାପି ତୁମେ ବାଧ୍ୟ କଲ,

ତଥାପି ତୁମେ ବାଧ୍ୟ କଲ, କବିତା ଲେଖିବା ପାଇଁ,

ବାରମ୍ବାର ଉତ୍ସାହିତ କଲ,

ବାଧ୍ୟ ବାଧ୍ୟକତାରେ ହୁଏତ,

ମୁଁ ମୋର ପ୍ରଥମ କବିତା ତୁମକୁ ନେଇ ଲେଖିଥିଲି,

ହେଲେ ମା, ତୁମେ କଣ ଭବିଷ୍ୟତ ଦ୍ରଷ୍ଟା,

ତୁମେ କଣ ଜାଣିଥିଲ ମୁଁ କବି ହେବି ବୋଲି

ହେ ମା ମୁଁ ତୁମଠୁଁ ସୃଷ୍ଟି,

ତୁମରି ଅଂଶ,

ବୋଧେ ସେଥିପାଇଁ ତୁମ କଳା ମୋ ମଧ୍ୟରେ ସ୍ଥାନିତ,

ତୁମ ଆଶୀର୍ବାଦ ମୋର ଛତ୍ରଛାୟା,

ବୋଧେ ସେଥିପାଇଁ ମୁଁ ଆଜି କିଛି କରିପାରିଛି,

ହେ ମା', ତୁମେ ଆଜୀବନ ମୋ ସହ ଥାଅ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational