Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Badal Nanda

Inspirational Children

4  

Badal Nanda

Inspirational Children

ମୋ ଅନୁଭୂତିରେ ତୁଳସୀ ଗଛ

ମୋ ଅନୁଭୂତିରେ ତୁଳସୀ ଗଛ

2 mins
254



ଏକଦା ବସିଥିଲି ଦୁଇ ଛାତ୍ରଙ୍କ ସହ ସନ୍ଧ୍ୟା ସମୟର କଷଣ,

ଘଟିଥିଲା ବିଦ୍ୟୁତକାଟର ବର୍ବରକାଣ୍ଡ ଗରମ ହେଉଥିଲା ଭୀଷଣ l

ଘରେ ଆଉ ଜମା ବସି ହେଲାନାହିଁ,

ତେଣୁ ଆମେ ଦାଣ୍ଡକୁ ଆସିଲୁ ପଳାଇ l

ଦାଣ୍ଡଟି ମୋହର ଅଳ୍ପ ସିମେଣ୍ଟ ଅଳ୍ପ ମାଟିର ମିଶ୍ରଣ,

ସର୍ବଦା ସଜ୍ଜିତ ତୁଳସୀ ପ୍ରତିମା ଦେଖିଲେ କଟେ ସବୁ କଷଣ l

ଛାତ୍ର ମୋ ପଚାରେ ତୁଳସୀ ମହିମା କୁହନ୍ତୁ ଆଜ୍ଞା ବୁଝାଇ,

କି ଅଟେ କାରଣ ସର୍ବ ଦ୍ୱାରେ ସିଏ କାହିଁ ଏମିତି ରହିଥାଇ l

ମିଷ୍ଟ ଭାଷି କହିଲି ମୁଁ ଶୁଣ୍ ତତେ ବୁଝେଇକି କହୁଛି,

ତୁଳସୀ ଗଛ ରହିବାର ଅନେକ ବୈଜ୍ଞାନିକ ଓ ପୌରାଣିକ କାରଣ ଅଛି l

ଶୁଣ ଆଗ ମୌନ ହୋଇ, 

ପୌରାଣିକ କାରଣ ଆଗ କହୁଛି ବୁଝାଇ l

ଶିବଙ୍କ ମୁଣ୍ଡରେ ବେଲପତ୍ର ପୁଅ

କାଳିଆ ମୁଣ୍ଡେ ତୁଳସୀ,

ତା' ପାଦ ସେବିଲେ ବୈକୁଣ୍ଠ ଲଭିବୁ

ହରି ଦେଖା ଦେବେ ନିଜେ ଆସି l

ଓଦା ବସ୍ତ୍ର ପିନ୍ଧି ତା ପାଦ ସେବିଲେ

ପବିତ୍ର ହୁଅଇ ମନ,

ଶୁଦ୍ଧ ହେବ ତୋର ଆତ୍ମା ସର୍ବଦା

ବିଷ୍ଣୁ ପଦେ ଥିବ ଧ୍ୟାନ 🙏

ଏମନ୍ତ ଅନେକ କାରଣ,

ଅଛି ପୁରାଣେ ବିଦ୍ୟମାନ l

ଏବେ କହୁଛି କାରଣ ବୈଜ୍ଞାନିକ,

ଭାରି ଉପଯୋଗୀ ମନେରଖ l

କ୍ଷୁଦ୍ର ବୃକ୍ଷ ହେଲେ ବି ତୁଳସୀ,

ଅମ୍ଳଜାନ ଦିଏ ସବୁଠୁ ବେଶୀ l

ବଗିଚାରେ ତାକୁ ସ୍ଥାନ ଦେଲେ,

ବାୟୁ ସ୍ୱଚ୍ଛ ରୁହେ ଭଲେ l

ଔଷଧ ଗୁଣେସୁ ବନ୍ଦିତା ତୁଳସୀ,

ଜଦି ତୋତେ କାଶ ହେଲା ବେଶୀ,

ମହୁ ସହ ପତ୍ରରସ ତା ସେବିବୁ,

ଶୀଘ୍ର ତୁ ଆରୋଗ୍ୟ ଲଭିବୁ l

ଏମନ୍ତ ଅନେକ କାରଣ,

ଆହୁରି ଅଛି ବିଦ୍ୟମାନ l

ଅଳ୍ପକେ କହିଲି ବୁଝାଇ,

ଏତକ ମନେ ରଖ ତୁହି l

ଠିକ୍ ଏତିକି କହିଛି ଲାଇଟ୍ ଆସିଲା,

ସଭା ଆମର ଭଙ୍ଗ ହେଲା l

ଛାତ୍ରମାନେ ମେଲାଣି ମାଗିଲେ ଯିବାକୁ,

ସେମାନଙ୍କୁ ବିଦାୟ ଦେଇ ମୁଁ ଆସିଲି ଘରକୁ l



Rate this content
Log in