STORYMIRROR

Badal Nanda

Tragedy

3  

Badal Nanda

Tragedy

ମୁଁ ଦୃଷ୍ଟିହୀନ

ମୁଁ ଦୃଷ୍ଟିହୀନ

1 min
211


ମୁଁ ଦୃଷ୍ଟିହୀନ,

ଯଷ୍ଟି ହିଁ ମୋର ଭରସା,

ଅନ୍ଧକାର ମୋର ପ୍ରିୟ ସହଯାତ୍ରୀ,

ମୋ ଜୀବନରେ ଆଲୋକର କୌଣସି ସ୍ଥାନ ନାହିଁ,


ମୁଁ ରଙ୍ଗ,ବର୍ଣ୍ଣ, ଜାତି, ଧର୍ମର ଭେଦଭାବଠୁଁ ଉର୍ଦ୍ଧ୍ଵରେ 


ଜାଣେନା ମୁଁ କିଏ ଆଲ୍ଲା କିଏ ଯୀଶୁ,

କିଏ ରଫିଦ କିଏ ବାସୁ,

କୌଣସି ଆବେଗ, ସଂବେଗ,ଭାବନା ଆଦିର ମୋ ଜୀବନରେ ସ୍ଥାନ ନାହିଁ,


ଦେଖି ନାହିଁ,

ଦେଖି ନାହିଁ,

ଆଜିଯାଏଁ 

ନିଜ ମୁହଁକୁ ମୁଁ ଦେଖି ନାହିଁ,

ତେଣୁ ମୁହଁ ଦେଖି ମଣିଷକୁ ବିଶ୍ଲେଷଣ  କରିବାର କଳା ମୋତେ ଜଣା ନାହିଁ, 


ହଁ ମୁଁ  ଚିହ୍ନେ

ମୁଁ ଚିହ୍ନେ ସେଇ ମଣିଷମାନଙ୍କୁ ଯେଉଁମାନେ ହୃଦୟରୁ ଶ୍ରେଷ୍ଠ, ଦୟାବାନ ଓ ସମବେଦୀ,


ହଁ ମୁଁ ଶୁଣିପାରେ,

ମୁଁ ଶୁଣିପାରେ ଚତୁଃପାର୍ଶ୍ୱରେ କେବଳ କ୍ରନ୍ଦନର ଧ୍ୱନି,

ପ୍ରତାରଣାର ସ୍ୱର,

ଓ ବିଦ୍ରୋହର ହୁଙ୍କାର,


ହଁ ମୁଁ ବାରିପାରେ,

ସମାଜର ଚାରିଆଡେ ସ୍ୱାର୍ଥପରତା ଓ ହୀନତ୍ୱର ଗନ୍ଧ ମୁଁ ଠିକ୍ ଭାବେ ବାରିପାରେ,

ହେଲେ, ମୁଁ ଦୃଷ୍ଟି ଥିବା ଲୋକଙ୍କ ଭଳି ହୀନମନା ନୁହେଁ,

ମନେରଖ ମୁଁ ଦୃଷ୍ଟିହୀନ ଅଟେ, ହୀନଦୃଷ୍ଟି ନୁହେଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy