STORYMIRROR

Badal Nanda

Comedy

3  

Badal Nanda

Comedy

ନେତାହେ

ନେତାହେ

1 min
206


ନେତାହେ ତବ ଚରଣରେ ସବୁ ବନ୍ଧା ହେ

ନେତାହେ ।

ଖଟିଖିଆ ଠାରୁ ଲୁଟିଖିଆ ଯାଏଁ ସମସ୍ତେ ତବ ଆଶ୍ରିତ ହେ

ନେତାହେ ।

ଯୋଜନା ଉପରେ ଯୋଜନା ଦେଖାଇ ସବୁ କରିଦିଅ ଚଳୁ ହେ 

ନେତାହେ

ତବ ଚରଣ ରେ ସବୁ ବନ୍ଧାହେ ନେତାହେ ।

ଏଠି ଗରିବଙ୍କ ଦୁଃଖ ସରେନା ହେଲେ ତମ ପାର୍ଶ୍ଵଦ ପାଆନ୍ତି ଇନ୍ଦିରା ଆବାସ, ଭତ୍ତା ହେ 

ନେତା ହେ 

ତବ ଚରଣ ରେ ସବୁ ବନ୍ଧାହେ ନେତାହେ ।

ଇଞ୍ଜିନିଅର ଠୁ ପୁଲିସି କରନ୍ତି ସବୁ ସାଲିସି, ଆଉ କ୍ରାଇମବ୍ରାଞ୍ଚ ଠାରୁ ସିବିଆଇ ଯାଏ ଶୁଣନ୍ତି ତବ ମନ କଥାହେ 

ନେତାହେ

ତବ ଚରଣରେ ସବୁ ବନ୍ଧାହେ ନେତାହେ ।

ଦୁର୍ନୀତି, ଶୋଷଣ ଦୁଇ ହସ୍ତେ ତବ ମୁଖରେ ଟାଣୁଆ କଥାହେ 

ନେତାହେ

ତବ ଚରଣ ରେ ସବୁ ବନ୍ଧାହେ ନେତାହେ ।

ଭୋଟ ବେଳେ କେତେ ଭାଇ ଭାଇ , 

ଭାବ ପୀରତି କିଛି କ୍ଷଣ ପାଇଁ, 

ପାଞ୍ଚ ବରଷ ରେ ଥରଟିଏ ଖାଲି ମିଳେ ତବ ଦର୍ଶନହେ

ନେତାହେ

ତବ ଚରଣ ରେ ସବୁ ବନ୍ଧାହେ ନେତାହେ ।


 ଭାଷଣ ତବ ଉଗ୍ରମୁଖି , ସଭିଙ୍କ ମନ ଯାଏ ଲାଖି 

ଆଉ ତମ ପାଇଁ ସବୁ ଟାଣି ଭିଡି ହୋଇ ହୁଅନ୍ତି ମୁଣ୍ଡ ଫଟା ଫଟି ହେ

        

ନେତାହେ

ତବ ଚରଣ ରେ ସବୁ ବନ୍ଧାହେ ନେତାହେ ।

 

 


Rate this content
Log in

Similar oriya poem from Comedy