STORYMIRROR

bikram behera

Romance Classics Others

4  

bikram behera

Romance Classics Others

ଦିନେ ତୁମେ ଫେରିବ

ଦିନେ ତୁମେ ଫେରିବ

1 min
233


ଏ ତରୁଣ ଶିହରଣ କୁ ଚୁରି ଦିଅ

ତୁମର ସେ ସମ୍ପର୍କ ର ଅର୍ଗଳ ରେ

ଆଉ ପ୍ରୀତି ର ନିର୍ଝର ରେ ସୃଜି ଦିଅ

ଏ ଜୀର୍ଣ୍ଣ ମନ ର ସିର୍ଣ୍ଣ ବେଦନାକୁ।


ମୁହୂର୍ମୁହୁ କୁହେଳି ରଚାଏ 

ତୁମର ସେ କାନ୍ତି ମୁଖ

ମନେ ବିଶ୍ୱାସ ଜନ୍ମାଏ

ତୁମେ ଦିନେ ଫେରିବ।


ପ୍ରେମ ମୋର ସତ୍ୟ ନିଚ୍ଛଳ ଅଟେ

ଫେରିଆସ ଝୁରେ ମୋ ହୃଦୟ

ଲୁପ୍ତ କରିଦେଇ ସେଇ ଅଭିମାନ

ଦିନେ ତୁମେ ଫେରିବ।


ପ୍ରେମ ସ୍ୟାନ୍ଦନ ର ଅଖ ଗଡେ ନାହିଁ

ତୁମ ବିହୁନେ ଗୋ ପ୍ରିୟା

ଚୁର୍ଣ୍ଣ କରିଦିଅ ସବୁ ଅଭିମାନ

ଫେରିଆସ ଫେରିଆସ ।


ତୁମ ପାଇଁ ଆଜି ପ୍ରକୃତି ସମୀର 

ନିଶ୍ଚଳ ପଡିଚି ରହି

ତୁମ ପାଇଁ ମଧ୍ୟ କୋଇଲିର ସ୍ୱର

ମଧୁର ଲାଗଇ ନାହିଁ।


ବିଶ୍ୱାସ ଅଛି ଗୋ ମୋର ପ୍ରିୟତମା

ଛିନ୍ନ କରିବନି ବନ୍ଧନ ରାଜି

ଅମାପ ଧର୍ଯ୍ୟ ମୁଁ ସାଥେ ଧରି ଅଛି

ତୁମେ ଦିନେ ଫେରିବ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance