STORYMIRROR

bikram behera

Others

3  

bikram behera

Others

ତୁମେ ଫେରିବ

ତୁମେ ଫେରିବ

1 min
244


ଭସା ବାଦଲ ଭଳି ଏକୁଟିଆ ବୁଲୁ ଥିଲି \ ବେଶ ଭଲରେ ଥିଲି

ଇନ୍ଦ୍ରଧନୁ ଭାବେ କେଇ ମୁହୂର୍ତ୍ତ ପାଇଁ ତୁମେ ଚାଲି ଆସିଲ

 ଏ ଜଳଦକୁ ଏକାଠି କରି ଚାଲିଗଲ

ମୁଁ ପୁଣି ଆଜି ଏକୁଟିଆ 

କିନ୍ତୁ ବିଶ୍ୱାସ ଅଛି ବିଶ୍ୱାସ ଅଛି...

ସେ ଅଭୁଲା ସ୍ମୃତିର ଦସ୍ତାବିଜକୁ ନେଇ

ସାତ ରଙ୍ଗର ସୁନେଲି ସ୍ୱପ୍ନ ଧରି

ଫଗୁଣର ଛାତି ଚିରି ନିଶ୍ଚୟ ତୁମେ ଫେରିବ

ଆଉ ନେଇ ଆଣିବ ତୁମ ସହ ଲକ୍ଷେ ଫଗୁଣ

ଆଉ ସେ ଦିନ ପର୍ଯ୍ୟନ୍ତ ତୁମ ବାଟକୁ ଚାହିଁ ବସିଛି

ଥୁଣ୍ଟା ବରଗଛ ପରି..........

ଏ ନିଶ୍ଚଳ ବରଗଛକୁ ତୁମେ ତୁମ ହସ୍ତରେ

ଅସରାୟ ଖୁସିରେ ଦୋହଲାଇ ଦେବ

ଆଉ ସେଦିନ......ଆଉ ସେଦିନ ବୋହିଯିବ....

ଝଡ଼ ବାତ୍ୟା ଆଉ ପବନର ସୁଅ

ଏ ଥୁଣ୍ଟା ବରଗଛଟି ପୁନର୍ଜନ୍ମ ନେବ

ଆଉ ପୁଣି ଥରେ ହସି ଉଠିବ ଆଉ ବାଟୋଇ

ଟିର ସାହାରାଟେ ପାଲଟି ଯିବ

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍