ମୋ ଗାଆଁର ସନ୍ଧ୍ୟା
ମୋ ଗାଆଁର ସନ୍ଧ୍ୟା
ଅନାମଧ୍ୟେୟ ଲେଖକଟିଏ ମୁଁ
ଜାଣେନା ସାହିତ୍ୟ ନିଗମ ପଥ
ଅନାଭିଜ୍ଞ ମୋର ସାହିତ୍ୟ ସୃଜନୀ
ତ୍ରୁଟି ଥିଲେ କ୍ଷମା କରିବେ ଜନ
****************
ଅପରାହ୍ନର ଶେଷ ପର୍ଯ୍ୟାୟରେ
ଯେବେ ବାହୁଡନ୍ତି ରବି
ମୋ ଗାଁ ର ସେ ସାୟନ୍ତନ ଦୃଶ୍ୟ
ରଚଇ ଅନେକ କିଛି
ନିବର୍ତ୍ତନ୍ତି ସବୁ ନିଜ ନିଜ କର୍ମୁ
ମନେ ହୋଇ ମହୋଲ୍ଲାସେ
ଉତଥାନ ପତନ ତ ଚାଲି ରହିଥିବ
ଆଜୀବନ ଯାକ ସତେ
କର୍ମମୟ ଏଇ ଜଂଜାଳ ଭିତରେ
ନିଶିଥିନି ଯାକ ଶାନ୍ତି
ବିକର୍ତ୍ତିନି ଉଭା ହୋଇଗଲେ ଜାଣ
ପୁଣି କର୍ମସ୍ଥଳକୁ ଫେରନ୍ତି
ଗାଈଆଳ ଟୋକା ଫେରାଇ ଆଣଇ
ନିଜର ଗାଈପଲକୁ
ଚାଷୀ ମୂଲିଆ ତ ବାହୁଡନ୍ତି ଗୃହେ
ଆନନ୍ଦିତ ମନେ ସେହୁ
ଚନ୍ଦ୍ରର ସେଇ ସ୍ନିଗ୍ଧ କିରଣ
ବିଛୁରିତେ ଚତୁଃର୍ଦିଗ
ଗାଆଁ ପିଲାମାନେ ସାଥି ହୋଇ ସବୁ
ଖେଳୁଥିବେ ଗୋଟେ ସ୍ଥାନେ
ମାଆ ମାଉସୀ ସବୁ ମନ୍ଦିରରେ ଥିବେ
ଦେଖିବା ପାଇଁ କି ଆଳତି
ନତ ମସ୍ତକ ହୋଇ ପ୍ରଭୁ ଡାକୁଥିବେ
ଶୁଣ ତାଙ୍କ ପ୍ରଭୁ ଗୁହାରି
ବହି ଆସୁଥିବ ଉତ୍ତରା ମାରୁତ
ଶିହରଣ ମନେ ଜାଗେ
ଜୀଇଁଥିବା ଯାଏଁ ଉପଭୋଗ କରେ
ମୋ ଗାଆଁ ସାୟନ୍ତନ ଦୃଶ୍ୟ