STORYMIRROR

bikram behera

Others

3  

bikram behera

Others

ଦିନେ ତୁମେ ଫେରିବ

ଦିନେ ତୁମେ ଫେରିବ

1 min
237


ଏ ତରୁଣ ଶିହରଣକୁ ଚୁରି ଦିଅ

ତୁମର ସେ ସମ୍ପର୍କର ଅର୍ଗଳରେ

ଆଉ ପ୍ରୀତିର ନିର୍ଝରରେ ସୃଜି ଦିଅ

ଏ ଜୀର୍ଣ୍ଣ ମନର ସୀର୍ଣ୍ଣ ବେଦନାକୁ


ମୁହୂ ର୍ମୁହୁ କୁହେଳି ରଚାଏ 

ତୁମର ସେ କାନ୍ତି ମୁଖ

ମନେ ବିଶ୍ୱାସ ଜନ୍ମାଏ

ତୁମେ ଦିନେ ଫେରିବ


ପ୍ରେମ ମୋର ସତ୍ୟ ନିଚ୍ଛଳ ଅଟେ

ଫେରିଆସ ଝୁରେ ମୋ ହୃଦ

ଲୁପ୍ତ କରିଦେଇ ସେଇ ଅଭିମାନ

ଦିନେ ତୁମେ ଫେରିବ


ପ୍ରେମ ସ୍ୟାନ୍ଦନର ଅଖ ଗଡେ ନାହିଁ

ତୁମ ବିହୁନେ ଗୋ ପ୍ରିୟା

ଚୁର୍ଣ୍ଣ କରିଦିଅ ସବୁ ଅଭିମାନ

ଫେରିଆସ ଫେରିଆସ 


ତୁମ ପାଇଁ ଆଜି ପ୍ରକୃତି ସମୀର 

ନିଶ୍ଚଳ ପଡିଚି ରହି

ତୁମ ପାଇଁ ମଧ୍ୟ କୋଇଲି ର ସ୍ୱର

ମଧୁର ଲାଗଇ ନାହିଁ


ବିଶ୍ୱାସ ଅଛି ଗୋ ମୋର ପ୍ରିୟତମା

ଛିନ୍ନ କରିବନି ବନ୍ଧନ ରାଜି

ଅମାପ ଧର୍ଯ୍ୟ ମୁଁ ସାଥେ ଧରି ଅଛି

ତୁମେ ଦିନେ ଫେରିବ ବୋଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍