ବାଲ୍ୟକାଳ
ବାଲ୍ୟକାଳ
ସୁନୀଳ ଆକାଶେ ମୁକ୍ତ ବିହଙ୍ଗ ମୁଁ
ବାଲ୍ୟକାଳ ସ୍ମରଣୀୟ
କେତେ ଡହରାମି କେତେ ଯେ ଦୁଷ୍ଟାମୀ
ଅଲିଭା ଏ ଜୀବନ୍ତ ||
ସାଇତି ରହିବ ବାଲ୍ୟକାଳ ମୋର
ଅଭୁଲା ଏ ଚିର ସ୍ମୃତି
ସାଙ୍ଗ ସାଥି ମେଳ ସେଇ ବାଲିଘର
ଖୋଜିଲେ ମିଳିବ ନାହିଁ||
ପିଲାବେଳ ସ୍ୱର ଅଟଇ ମଧୁର
ସୁନ୍ଦର ତା ଶଶୀମୁଖ
ଆଜି ସେଇଦିନ ଭାଳି ମୁଁ ହେଉଛି
ଝୁରି ଝୁରି ସେ ଅତୀତ||
ଅତୀତ ସାଜିଛି ସେଇ ବାଲ୍ୟକାଳ
ଅତୀତ ଅତିଥି ସେଇ
ବେଳେ ବେଳେ ସିଏ ଆଖିକୁ ଭିଯାଏ
ଅଭୁଲା ସ୍ମୃତିଟି ହେଇ||
