STORYMIRROR

bikram behera

Others

2  

bikram behera

Others

ପ୍ରେମ ଓ ପ୍ରତୀକ୍ଷା

ପ୍ରେମ ଓ ପ୍ରତୀକ୍ଷା

1 min
156


ମନ୍ୟୁ ପୁଷ୍କରିଣୀ ମଧ୍ୟେ ପହଁରୁଛି ମୁହିଁ

କେବେ ଆସିବୁ ଲୋ ତୁହି

ଏ ତୃଷିତ ମୁଖକୁ ଟିକେ ନିରୋଳି ଅନାଇ

ବହୁ ପ୍ରତୀକ୍ଷାର ଅନ୍ତ ଯେ ଘଟାଇ


ତୁରଗ ହେଲେ ତୁ ମୁଁହି ଅଟେ ପାଶି

ବହୁ ପ୍ରତୀକ୍ଷାରେ ଅଛି

ମୋ ପ୍ରେମ ବାରିଷି

ପ୍ରେମ ପ୍ରେମ ପ୍ରେମ ଟିକେ ଲୋଡୁଅଛି ମୁହିଁ


ମୋ ଘର ଅଗଣାରେ ଦୀପ ଜାଳିବୁ ଲୋ ତୁହି

ଅଗଣା ରହିଛି ଅନାଇ

ଲୋଡୁଅଛି ତୋହରି ବାସକୁ ସେ ଚାହିଁ


ପ୍ରେମ ମୋର କେବେ ମଧ୍ୟ ହାରିବନି ପ୍ରିୟା

ଏ କାୟ ଶରୀର ପଛେ

ହେଇଯିବ ନିଆଁ

ଥରେ ଚାଲି ଦେଖି ଜାଲୋ ତୋ ପ୍ରେମ ଦୁନିଆ


ଶଶୀ ମୁଖ ତୋ ଚେହେରା ଆଜି ଲୁଚିଛି ଜଳଦେ

ମେଘକୁ ଏଡାଇ ମୁଁ

ହସ ଭରିବି ନିଶ୍ଚିତେ

ନିରେଖି ଚାହିଁ ଦେ ଥରେ ମୋ ପ୍ରେମ ଜଗତେ

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍