STORYMIRROR

bikram behera

Others

3  

bikram behera

Others

ମାଆ ପରି କିଏ ହବ

ମାଆ ପରି କିଏ ହବ

1 min
271


ମାଆର ଶବ୍ଦ ରୁ ଝରିଯାଏ ଯେଉଁ

ମଧୁର୍ଯ୍ୟତାର ପରସ

ସବୁ ଶବ୍ଦ ଆଜି ସାଉଁଟିଲେ ମଧ୍ୟ

ସେ ଶବ୍ଦ ଆଗରେ ନିରାଶ।


କବି ବୋଲି ଆଜି ଯେଉଁ ସମାଜ ଜାଣନ୍ତି

ତାହାରି ଆଶିଷ ପାଇଁ

ତା ଗୁଣ ଗାଇଲେ ଫିକା ପଡ଼ିଯିବ

ଆମରି ମରତ ଭୂଇଁ।


ମାଆ ହିଁ ମୋ ଧରା ମାଆ ହିଁ ମୋ ବିଶ୍ୱ

ଏ ଜଗତେ ତିଷ୍ଠିବା ପାଇଁ

ଅଳି ଅଝଟର ସବୁ ଝଡ଼ ସହେ

ତାପରି କେ ହବ ନାହିଁ।


ସହନଶୀଳତା ଅନୁଭୂତି ରେ ସେ

ମହୀୟାନ ମହର୍ଷିଟେ 

ଯେତେ ବଡ଼ କଷ୍ଟ ହେଇଯାଏ ନଷ୍ଟ

ମାଆ ର ପାଦପଦ୍ମେ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍