ପରିଭାଷା
ପରିଭାଷା
ଆଖିର ଭାଷାକୁ ବୁଝିପାର ବୋଲି
ତୁମକୁ ପାଇଲି ଭଲ
ମନର କଥାକୁ କହିବା ଆଗରୁ
ତମ ଓଠ ଖୋଲିଦେଲ ।
ପ୍ରେମର ଝରଣା ଝରିଗଲା
ଖୁସିର ଫଲଗୁ ବହିଗଲା
ତମ ହାତ ଉପରେ ହାତ ଦେଲି ଥୋଇ
ସଂସାର ଟା ମୋର ହୋଇଗଲା
ଏ ରାତି ଥିବ, ଏ ଜହ୍ନ ଥିବା ଏ ମନ ଥିବ
ଦିନ କିନ୍ତୁ ସରିଯିବ
ଆମ ପ୍ରେମ ସଂସାର ରେ ଚିରକାଳ ରହିଥିବ ।

