STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

4  

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

ମାଲେଶ୍ରୀ

ମାଲେଶ୍ରୀ

1 min
254


ଶୀତୁଆ   ସାୟନ୍ତନର

ନିର୍ଜନତାର ନିଃଶଦ୍ଦରେ

ତୁମ ହାତ ଛୁଆଁ ସ୍ପର୍ଶରେ

ଖେଳିଯାଏ ହୃଦେ ଶିହରଣ

କାଳ୍ପନିକ ନା ବାସ୍ତବିକତା

ବିଶ୍ୱାସ ନା ଆତ୍ମିୟତା

କିଛି ବୁଝିପାରେନା ମୁଁ "ମିନୁଶ୍ରୀ"

ତୁମେ ମୋ ଜୀବନର ସର୍ବଶ୍ରୀ ।


ନିବଦ୍ଧ  କୋଠରୀରେ

ତୁମରି କାଉଁରୀ ସ୍ପର୍ଶରେ

ପାଇଲି କୁଆଁରା ସନ୍ଧାନ

ତୁମ ନାସାର ସେ ତପ୍ତ ମଳୟ

ହୃଦୟେ ଢାଳେ କାମାଗ୍ନି ପ୍ରଳୟ

ଛନ୍ଦି ହେଉଥାଏ କେତେ ଭଙ୍ଗୀରେ

କିଛି ବୁଝିପାରେନା ମୁଁ "ତନୁଶ୍ରୀ"

ତୁମେ ମଧୂର ମୂର୍ଛନାର ମାୟାଶ୍ରୀ ।


ତୁମ   ନିବସ୍ତ୍ର  ତନୁରେ

ମୁକ୍ତ   ବାହୁ   ଆବଦ୍ଧେ

ମୁ   ନିଃସହାୟ  ଅଟେ

ତୁମକୁ  ଶାନ୍ତି  ପରଶିବି

ଈନ୍ଦ୍ରାବତୀର ଆଲୁଅ ଯେସନେ

କିଛି ବୁଝିପାରେନା ମୁଁ "ରାଜଶ୍ରୀ"

ତୁମେ ନାତିଶୀତୋଷ୍ନର ନୀତିଶ୍ରୀ॥


ନାହିଁ ଏଠି ମଧୁ  ଲଗ୍ନ

ତଥାପି ତୁମେ ଉଦବିଘ୍ନ

ଯାମିନୀ ଜାଳୁଛି ହେଇ ଉଲଗ୍ନ

ତୁମ ହସ୍ତର ଅଙ୍ଗୁଠି ଚାଳନା

ମନେ ଭରିଦିଏ ନବ ଉନ୍ମାଦନା

କିଛି ବୁଝିପାରେନା ମୁଁ "ଇତିଶ୍ରୀ"

ତୁମେ ମେଘ ମହ୍ଲାରର ମଲ୍ଲିଶ୍ରୀ॥


ତୁମ ସହ  ରାତ୍ରୀ ଯାପନ

ମାନସକୁ କରୁଥାଏ ବିଦୀର୍ଣ୍ଣ

ନିୟନ୍ତ୍ରଣ  କରେ ମୁଁ ନିଜକୁ

ହଟେଇ ପାରେନା ଓଠରୁ ଓଠକୁ

ତୁମରି  ସ୍ମିତହାସ୍ଯକୁ ନେଇ

ଲେଖେ କେତେ ଦରଦୀ କବିତା

କିଛି ବୁଝିପାରେନା ମୁଁ "ସ୍ନେହାଶ୍ରୀ"

ନିଦାଘ ଜୀବନେ ତୁମେ ଆଶାଶ୍ରୀ ।


ସିନ୍ଦୁରା  ଫାଟିଲା ବେଳେ

ମୁଣ୍ତ ଗୁଞ୍ଜିଥିଲି ତୁମ କୋଳେ

ସତରେ ରାତ୍ରୀ ଯାଇଥିଲା ବିତି

ପାଲଟିଥିଲା ଇତିହାସର ସ୍ମୃତି 

ତଥାପି ଆମେ ପାରୁନାହୁଁ ଭୁଲି

ତୁମେ ବଗିଚାରେ ମୁଁ ଏକୋଇର ମାଳି

କିଛି ବୁଝିପାରେନା ମୁଁ "ସ୍ୱପ୍ନାଶ୍ରୀ"

ମାଳ ଯମକରେ ତୁମେ ମାଲେଶ୍ରୀ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance