STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Abstract Comedy

4  

ଆର୍ତ୍ତତ୍ରାଣ ଖୁର୍ଡିଆ

Abstract Comedy

ଚୁରୀ

ଚୁରୀ

1 min
273

ଦୁଇ ଅଖରିଆ ନାଆଁ ତୋର ଆଏ

     କେଥନିଟେ କରାମତି,

କାଁଚର ଦିହିଁଟା ତୋର ଆଏ ସିନା

    ବିହାରୀର ହିରାମୋତି॥


କୁଆଁରୀ ଟୁକେଲ ଦୁହି ହାତେ ତାର

      ପିଂଧସି ଅଏନ କରି,

ଚଗଲିଆ ମନେ ଜୁଆନ ସପନେ

     ଧଙ୍ଗରା ଖୁଜେ ଧାଙ୍ଗିରି॥


ମଡେନ ଯୁଗର ଈ ସଡନ ଧଂଦା

 ଚୁରୀ ହାତେ ବେସଲେଟ ପିଂଧା,

ଦେଶୀ ଜିନିଷଟା ଲାଗେ ଅସକଟ

  ମାଏଝି ହାତେ ମୁନୁଷ ବଂଧା॥


ବିହାରୀ କପାଲେ ନାଇଁନ ସିଂଦୁର

    ଟିକିଲ ହେଲାନ ଫେସନ,

ଘଏତା ମାଇପ ଜଂଜାଲ ଭିତରେ

    ଚୁରୀଟା ବାଂଧସି ବଂଧନ॥


ଭିନେ ରକମର ଭିନେ ଭିନେ ରଂଗ

      ଭିନେ ଡଜାଇନ ଚୁରୀ,

ସିଂଦୁର କପାଲେ ହାତର ଚୁରୀରେ

      ମାଏଝି ଜୀବନ ପାରି॥


ବିହାରୀ ଜୀବନ ମନ ଛନ ଛନ

  ହାତେ ଚୁରୀ ଗୁଡେ ପଏଁରୀ,

ଭୁଆସେନ ମନେ ଘଏତା ଛୁଆଁନେ

   ଫଗୁନଟା ଆଏସି ଫିରି ॥


ମଂଦିରେ ଜେନତା ଅଏନ ଲାଗସି

    ଘଂଟି କଲେ ଠନ ଠନ,

ଘଏତା ବିଚରା  ବଅରା ବନସି

    ଚୁରୀ କଲେ ଖନ ଖନ॥


ବିଧିର ବିଧାନ ହେଇଛେ ଲେଖାନ

     ମାଏଝିର ଲାଗି ମୁନୁଷ,

ଘଏତା ଭକତି ମାଆଁର ପୀରତି

     ମାହାପୁରୁ ଦେଖି ଖୁସ॥


ଯେତେ ଦାମି ଶାଢୀ ଯେତେ ଦାମି ଗାଡି

      ସବୁତ ଆଏ ବେକାର,

ଚୁରୀ ଆରୁ ସିଂଦୁର ନାରୀ ପରିଚଏ

     ଜୀବନଟା ହେସି ସାର॥


ମାଆଁ ମାହିଶିରୀ ମାଆଁ ସୁରେଶିରୀ

    ଚୁରୀକେ କେଥନି ଶରଧା,

ଅଏସୁଲଖିନି ଲାଗି ଦେସନ ବର

     ମେଟସି ଗୁରଧୁ ବାଧା ॥


ଜଏ ଜଏ ଚୁରୀ ନାରୀ ମଥା ଶିରୀ

     ଜଏ ତର ମାଆଁ,ବୁଆ,

ମାଏଝିର ହାତେ ଝଟକୁ ଥିବୁନ

    ବିପଦରେ ହେଇ ଠିଆ॥

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract