STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Tragedy

4  

ଆର୍ତ୍ତତ୍ରାଣ ଖୁର୍ଡିଆ

Tragedy

ଦୁଇ ଦିନିଆଁ ଜୀବନ

ଦୁଇ ଦିନିଆଁ ଜୀବନ

1 min
159


ଜୀବନ୍ ଆଏତ ପାଏନ୍ ଫୁଟକା

    ମୁନୁଷ୍ ଭରମେଁ କେତେ,

ଜନମ୍ ଥିଲେ ତ ମରନ୍ ଟେ ଅଛେ

   ପରଭୁ ହେଲେ ବି ସତେ।


ବଂଧୁ ବାଂଧବ  କୁଟୁମ୍ ବାଟୁମ୍ 

     ସବୁତ ଆଏ ବେକାର୍ ,

ପରାନ୍ ଛାଡଲେ ଅଛୁଆଁ କହେବେ

    କରବେ ଛିଛିକାର୍ ।


ମଶାନର୍ ଜୁଏ ସଜା ହେଇଥିବା

    ଖଇ ଝିଂଟି ନେବେ ବୁହି,

ଜନମ୍  ମରନ୍  ଦୁଇଟା ଜିନିଷ୍ 

    ଦୁନିଆଁରେ ସତ୍ ଭାଇ।


କିଏ କହୁଥିବା ବନେ ଲୁକ୍ ଥିଲା

    କିଏ ଦେଉଥିବା ଗାଲି,

କିଏ କାଂଦୁଥିବା ଗୁଲ୍ ଗୁଲା ହେଇ

     କିଏ ମାରୁଥିବା ତାଲି।


ଜିଇଁ ଥିବା ଯାଏ ଜପ ରାମ୍ ନାମ୍ 

    ଜୀବନ୍ ଟା ହେବା ସାର୍ ,

ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ

    ଛାଡ୍ ଲୁଭ୍ ଅହଁକାର୍ ।

    


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy