STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Inspirational

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Inspirational

ଅହିଂସା

ଅହିଂସା

1 min
215


ଜୀବେ ଦୟା ସହ ଅହିଂସା ଅଟଇ

      ମାନବର ମହା ଧର୍ମ,

ବୁଦ୍ଧ  ଭଗବାନ ଗାନ୍ଧୀ ଗରୀୟାନ

    ପୂଜ୍ୟ ଅଟେ ତାଙ୍କ କର୍ମ।


ହିଂସା ବଢୁଅଛି ନାରୀ ଜଳୁଅଛି

     କାମନାର କାପୁରୁଷେ,

ସୁନ୍ଦର ଚାହାଁଣୀ କଦର୍ଯ୍ୟ କାହାଣୀ

    ଚଳୁଅଛି ଗାନ୍ଧୀଦେଶେ।


ହେ ବିଶ୍ୱ ସନ୍ତାନ ଅନ୍ୟାୟ ଦଳନ

     ସତ୍ୟ ଓ ଅହିଂସା ଅସ୍ତ୍ରେ,

କପଡା ଖଦଡି ଅଣ୍ଟେ ଭିଡି ଘଡି

     ନଙ୍ଗା ଫକୀରର ବସ୍ତ୍ରେ।


ଭାରତର ନେତ ବିଶ୍ୱେ ସୁବିଦିତ

     ପାଇ ତୁମ ପରି ସୁତ,

ଗଙ୍ଗା ଗୋଦାବରୀ ନଦୀ ନାଳ ଗିରି

     ପୟ କରେ ତୁମ ଧୌତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational