STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Tragedy

4  

ଆର୍ତ୍ତତ୍ରାଣ ଖୁର୍ଡିଆ

Tragedy

ଶାଶ୍ ବନାମ୍ ବହ

ଶାଶ୍ ବନାମ୍ ବହ

1 min
294


ଭୁଆସେନ ଗଲା ଟୁକେଲ ମାନକୁ

       ଶାଶ୍ ଟା କରସି ଅଡୁଆ,

ସେ ଭୁଆସେନ ଶାଶ ହେଲା ପରେ

       ବହରନେ ହେସି ଭେଡିଁଆ.


ପାଶରି ଦେସି ତାର ଶାଶର କଥା

       ବାଧି ଯାଉଥିଲା ତାହାକେ,

ନିଁ ଭାବେ ମନେ ଆଏଜ ତାର କଥା

      ଜଲନ ଯାଉଥିବା ବହକେ.


ବେଭାରେ ଇ ନାରୀ ନିଜେ ନିଜକେ

       ନାଇଁ ପାରଲେ ସଂଭାଲି,

ଶାଶ୍ ପନିଁଆକେ ଦେଖାଇ ହେଇ କି

      ବହକେ ଦେଉଥିଲେ ଗାଲି.


ସେ ଘରେ କେଭେ ଲଖମି ନି ରୁହେ

         ସୁଖ୍ ଟା ଯାଏସି ଭାଗି,

ଇ ସିରଜିନା ହେସି କେତନି ବନା

        ଶାଶ୍ ବହ ଗଲେ ଲାଗି.


ଶାଶ୍ ବହ ଗାଲି ଘରେ ଘରେ ଆଏଜ

         ଗୁରଧୁ ଯାଉଛେ ବଢି,

କାର ଫାଲେ ହେବା ମାଆଁ କି ମାଏଝି

        ମୁନୁଷ୍ ରହେ ମୁହୁଁମାଡି.


ମାଁ ଘର୍ ଛାଡଲେ ଶାଶଟା ମାଁ ଆଏ

      ଭୁଆସେନ ମୁଂଡେ ଢୁକଲେ,

ବହ କେ ଯଧିର ଅପନା ଟୁକେଲ

     ଶାଶ ମାନେ ସଭେ ଭାବଲେ.


ଝି,ବହ,ମାଁ,ବହେନ ନାରୀର ରକମ୍ 

        ସେନହ,ବେଭାର ଦେଖି,

ଅଲଗ୍ କାହାନି ଲେଖା ହେତା ଫେନି

         କବି ବି ଯାଏତେ ଝୁକି.

    

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy