ଶାଶ୍ ବନାମ୍ ବହ
ଶାଶ୍ ବନାମ୍ ବହ
ଭୁଆସେନ ଗଲା ଟୁକେଲ ମାନକୁ
ଶାଶ୍ ଟା କରସି ଅଡୁଆ,
ସେ ଭୁଆସେନ ଶାଶ ହେଲା ପରେ
ବହରନେ ହେସି ଭେଡିଁଆ.
ପାଶରି ଦେସି ତାର ଶାଶର କଥା
ବାଧି ଯାଉଥିଲା ତାହାକେ,
ନିଁ ଭାବେ ମନେ ଆଏଜ ତାର କଥା
ଜଲନ ଯାଉଥିବା ବହକେ.
ବେଭାରେ ଇ ନାରୀ ନିଜେ ନିଜକେ
ନାଇଁ ପାରଲେ ସଂଭାଲି,
ଶାଶ୍ ପନିଁଆକେ ଦେଖାଇ ହେଇ କି
ବହକେ ଦେଉଥିଲେ ଗାଲି.
ସେ ଘରେ କେଭେ ଲଖମି ନି ରୁହେ
ସୁଖ୍ ଟା ଯାଏସି ଭାଗି,
ଇ ସିରଜିନା ହେସି କେତନି ବନା
ଶାଶ୍ ବହ ଗଲେ ଲାଗି.
ଶାଶ୍ ବହ ଗାଲି ଘରେ ଘରେ ଆଏଜ
ଗୁରଧୁ ଯାଉଛେ ବଢି,
କାର ଫାଲେ ହେବା ମାଆଁ କି ମାଏଝି
ମୁନୁଷ୍ ରହେ ମୁହୁଁମାଡି.
ମାଁ ଘର୍ ଛାଡଲେ ଶାଶଟା ମାଁ ଆଏ
ଭୁଆସେନ ମୁଂଡେ ଢୁକଲେ,
ବହ କେ ଯଧିର ଅପନା ଟୁକେଲ
ଶାଶ ମାନେ ସଭେ ଭାବଲେ.
ଝି,ବହ,ମାଁ,ବହେନ ନାରୀର ରକମ୍
ସେନହ,ବେଭାର ଦେଖି,
ଅଲଗ୍ କାହାନି ଲେଖା ହେତା ଫେନି
କବି ବି ଯାଏତେ ଝୁକି.