Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Romance

ତୁମ ଅପେକ୍ଷାରେ ପ୍ରିୟେ

ତୁମ ଅପେକ୍ଷାରେ ପ୍ରିୟେ

1 min
267



ଭୋକିଲା ସର୍ବାଙ୍ଗ କାମନାର ରଙ୍ଗ

ଭରିଦେଲ ମୋର ଦେହେ,

ଏ ମନ ଯୌବନ ଖୋଜଇ ମିଳନ

ତୁମ ଅପେକ୍ଷାରେ ପ୍ରିୟେ ।


ବୟସ କୁଆଁରା ଥିଲି ମୁଁ ଆବାରା

ବାନ୍ଧି ଦେଲ ପ୍ରୀତି ଫାଶେ,

ଖୋଜୁ ଅଛି ଆଜି ତୁମ ବାହୁ ରାଜି

ବିରହର ଅବଶୋଷେ ।


ତୁମରି ବନ୍ଧନେ ତୁମରି  ଚୁମ୍ବନେ

ଭିଜିବାକୁ ମନ ଚାହେଁ,

ଏ ମନ ଯୌବନ ଖୋଜଇ ମିଳନ

ତୁମ ଅପେକ୍ଷାରେ ପ୍ରିୟେ ।


ଉଆଁସ ଅନ୍ଧାରେ ନିତି ଯାମିନୀରେ

ତୁମେ ସାଜ ମୋର ଚାନ୍ଦ,

ତୁମେ ପୂର୍ଣ୍ଣିମାଁ କି ମଲା ଜହ୍ନ ଟିଏ

ମନେ ହୁଏ ମୋର ଦ୍ୱନ୍ଦ ।


ମୋ  ଦେହ ରୁଧିର ହୃତପିଣ୍ଡ ଧାର

ଧକ ଧକ କରି କୁହେ,

ଏ ମନ ଯୌବନ ଖୋଜଇ ମିଳନ

ତୁମ ଅପେକ୍ଷାରେ ପ୍ରିୟେ ।


ଅମାନିଆଁ ପ୍ରୀତି ଛାଡିଦେଇ ଭୀତି

ଚାଲିଆସ ଥରେ ଦେଖି,

ମନ ଆଈନାରେ  ହୃଦ ଯମୁନାରେ

ତୁମ ଛବି ଅଛି ଲାଖି ।


ନିନ୍ଦା ଅପମାନ  ଛାଡି ଅଭିମାନ

ତୁମ ଉପସ୍ଥିତି ଚାହେଁ,

ଏ ମନ ଯୌବନ ଖୋଜଇ ମିଳନ

ତୁମ ଅପେକ୍ଷାରେ ପ୍ରିୟେ ।

  


Rate this content
Log in