ଗଣତନ୍ତ୍ର
ଗଣତନ୍ତ୍ର
1 min
249
ଭାରତ ଆମର ସାର୍ବଭୌମତ୍ୱର
ଅଟେ ଗଣତନ୍ତ୍ର ରାଷ୍ଟ୍ର,
ନାହିଁ ଭେଦ ଭାବ ନାହିଁ ବି ବିବାଦ
ହେବ ନାହିଁ ପଥ ଭ୍ରଷ୍ଟ୍ର।
କୋଟିଏ ସନ୍ତାନ ଗୋଟିଏ ଜୀବନ
ବନ୍ଧା ଏକତା ଡୋରିରେ,
ଭିନ୍ନତା ମଧ୍ୟରେ ଏକତା ଆମର
ରହିଅଛି ସଂସ୍କୃତିରେ।
ନାହିଁ ରାଜତନ୍ତ୍ର ଅଛି ଗଣତନ୍ତ୍ର
ଅଛି ଶାନ୍ତି,ମୈତ୍ରୀ,ପ୍ରିତୀ,
ନାହିଁ ବିବିଧତା ଭରିଛି ଏକତା
ହୃଦେ ଭରା ମାତୃଭକ୍ତି।
ତିନୋଟି ରଙ୍ଗରେ ଉଡେ ଫରଫର
ବିଜୟ ଧ୍ୱଜା ତ୍ରିରଙ୍ଗା,
ହିମାଳୟ ଅଟେ ମୁକୁଟ ଶିରର
ପାଦଧୌତ କରେ ଗଙ୍ଗା।
ଦରିଦ୍ରକୁ ଶିକ୍ଷା ସେବା ଓ ସୁରକ୍ଷା
ଅଟଇ ଆମର ବ୍ରତ,
ଚାରିଆଡେ ଆଜି ଉଡୁଅଛି ସଦା
ବୈଭବ ଭାରତ ନେତ।
