STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Others

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Others

ମଡେନ୍ ଏଜୁକେଶନ୍

ମଡେନ୍ ଏଜୁକେଶନ୍

1 min
222

"ମଡେନ୍ ଏଜୁକେଶନ"

ମଡେନ୍ ଯୁଗର୍ ସଡନ୍ ଧଂଦାହୋ

ଦେଖତ ଘାଏ ଇ ଏଜୁକେଶନ୍ ,

ଶିଖିତ୍ ସବୁ ତ ମୁରୁଖ୍ ପଛାଡେ

ଟିପ ଚିହ୍ନା ମଂତ୍ରି ବନିଛନ୍ .


ସରସତି ମାତା ନାଇଁନ ଇ ସ୍କୁଲେ

ଲକ୍ଷ୍ମୀ ପଶି ଆସଲେନ,

ପାଠ ପଢା ଛାଡି ମାଷ୍ଟରେନ୍ ମାନେ

ଅଂଡା ଦେଇ ବସଲେନ.


ସିଆରସି, ବିଆରସି ପିଉଛନ୍ ଶିଶି

ଇ ସ୍କୁଲେ ନାଇନ ଘର୍ ,

ଆଜ୍ଞା ଡାକ୍ ଆରୁ ନାଇ ଶୁଭବାର୍ 

କହୁଛନ୍ ସବୁ ମାଷ୍ଟର୍ .


ଛୁଆକେ ମାଡ୍ କାଁଏ ଦିହିଁକେ ହାଡ୍ 

କେତନି ନିୟମ୍ କରିଛନ୍ ,

ଅଫିସର୍ ଇନେ ମଂତ୍ରିର ଗୁଲାମ୍ 

ସଧା ଉଠ୍ ବସ୍ ହେଉଛନ୍ .


ବିଜ୍ଞାନ୍ ଯୁଗରେ ଭାରତ୍ ମାଟିରେ 

 ନାଇନ ଏକତା ବଂଧନ,

ସମିଁଆ ମିଲୁଛେ ମୁବାଇଲ୍ ପାଖରେ

ମାଁ,ବୁଆର୍ ଲାଗି ନାଇନ.


ବୁଢା ମାଆଁ,ବୁଆ ନାଇନ ତ ରାହା

ହେସନ୍ ମଏଲା ଗଦା,

ଶାଶ୍ ,ଶଶୁର୍ ଇନ ମାଁ,ବୁଆ ହେସନ୍ 

ବଡ୍ ଶଲା ବଡ୍ ଦଦା.


ବାପକେ ଡେଡ୍ ଆର ମାଆଁକେ ମମି

ଜିଁଇତା ଦେଉଛନ୍ ମାରି,

ଫେସବୁକେ ଚାଟ୍ କରୁଛନ୍ ଦେଖ

ଦେଢ଼ଶୁର ସାଙ୍ଗେ ବୁହାରି.


ଆଝିର ଛୁଆକୁ କମ୍ ନି ବଲବ

ଶିଖିଛନ୍ ଯେତେ କଥା,

ନାଇଁନ ବେଭାର୍ ମୁଡିଆ ଜୁହାର୍ 

ନି ଝୁକେ ତାକର ମଥା.


ସୁର୍ ଥାଇ ସବୁ ବିନସୁରିଆ ଆଜି

ନି ନ କାହାର୍ ଲିମିଟେସନ୍ ,

ଧଏନ୍ ଧଏନ୍ ଇ ମଡେନ୍ ଧଙ୍ଗରା

ଧଏନ୍ ତାକର୍ ଇ ଏଜୁକେଶନ୍ 

ଧଏନ୍ ତାକର୍ ଇ ଏଜୁକେଶନ୍ .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍