STORYMIRROR

ଆର୍ତ୍ତତ୍ରାଣ ଖୁର୍ଡିଆ

Others

3  

ଆର୍ତ୍ତତ୍ରାଣ ଖୁର୍ଡିଆ

Others

ଖୋଜୁଛି ଅଠି ପହର

ଖୋଜୁଛି ଅଠି ପହର

1 min
233


ନାଁ ଅଟେ ଆପଣାର ନାଁ ଅଛି ଅଧିକାର,

ନାଁ ଦେଇଛି ସିନ୍ଦୂର ନାଁ ଦିଶୁଛି ସୁନ୍ଦର,

  ତଥାପି ମନ ମୋର

      ଖୋଜୁଛି ଅଠି ପହର॥


ନାଁ ଦେଲି ଉପହାର ନାଁ କଲି ଉପକାର,

ନାଁ ଅଛି ଧନ ମୋର ନାଁ ଅଛି ମହଲ ମୋର,

   ତଥାପି ମନ ମୋର

      ଖୋଜୁଛି ଅଠି ପହର॥


ନାଁ ହେବୁ ରାଣୀ ମୋର ନାଁ ହେବି ରାଜା ତୋର,

ନାଁ ମୁହିଁ  ସଂପର୍କର ନାଁ ମୁହିଁ ସୁଗୁଣର,

   ତଥାପି ମନ ମୋର

      ଖୋଜୁଛି ଅଠି ପହର॥


ନାଁ ସାଥି ଜୀବନର ନାଁ ସାଥି ମରଣର,

ନାଁ ସାଥି ବନ୍ଧୁତାର ନାଁ ସାଥି ବନ୍ଧନର,

   ତଥାପି ମନ ମୋର

      ଖୋଜୁଛି ଅଠି ପହର॥


ନାଁ ସଂଧ୍ୟା ସପନର ନାଁ ରବି ସକାଳର,

ନାଁ ରଙ୍ଗ ପୀରତିର ନାଁ ଫଗୁ ବସନ୍ତର,

   ତଥାପି ମନ ମୋର

      ଖୋଜୁଛି ଅଠି ପହର॥

   ତଥାପି ମନ ମୋର

      ଖୋଜୁଛି ଅଠି ପହର॥

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍