ଖୋଜୁଛି ଅଠି ପହର
ଖୋଜୁଛି ଅଠି ପହର
ନାଁ ଅଟେ ଆପଣାର ନାଁ ଅଛି ଅଧିକାର,
ନାଁ ଦେଇଛି ସିନ୍ଦୂର ନାଁ ଦିଶୁଛି ସୁନ୍ଦର,
ତଥାପି ମନ ମୋର
ଖୋଜୁଛି ଅଠି ପହର॥
ନାଁ ଦେଲି ଉପହାର ନାଁ କଲି ଉପକାର,
ନାଁ ଅଛି ଧନ ମୋର ନାଁ ଅଛି ମହଲ ମୋର,
ତଥାପି ମନ ମୋର
ଖୋଜୁଛି ଅଠି ପହର॥
ନାଁ ହେବୁ ରାଣୀ ମୋର ନାଁ ହେବି ରାଜା ତୋର,
ନାଁ ମୁହିଁ ସଂପର୍କର ନାଁ ମୁହିଁ ସୁଗୁଣର,
ତଥାପି ମନ ମୋର
ଖୋଜୁଛି ଅଠି ପହର॥
ନାଁ ସାଥି ଜୀବନର ନାଁ ସାଥି ମରଣର,
ନାଁ ସାଥି ବନ୍ଧୁତାର ନାଁ ସାଥି ବନ୍ଧନର,
ତଥାପି ମନ ମୋର
ଖୋଜୁଛି ଅଠି ପହର॥
ନାଁ ସଂଧ୍ୟା ସପନର ନାଁ ରବି ସକାଳର,
ନାଁ ରଙ୍ଗ ପୀରତିର ନାଁ ଫଗୁ ବସନ୍ତର,
ତଥାପି ମନ ମୋର
ଖୋଜୁଛି ଅଠି ପହର॥
ତଥାପି ମନ ମୋର
ଖୋଜୁଛି ଅଠି ପହର॥
