ପ୍ରଥମ ଦେଖାର ଅନୁଭୂତି
ପ୍ରଥମ ଦେଖାର ଅନୁଭୂତି
ପ୍ରଥମ ଦେଖାର ପ୍ରଥମ କଥା,
ଜର୍ଜରିତ ହୋଇଗଲା ମୋ ଅବସ୍ଥା ।
ଦୂରରୁ ଦେଖି କମ୍ପିଗଲା ମୋ ଛାତି,
ପ୍ରଥମ ଦେଖାର ଏକି ଅନୁଭୂତି ।
କନ୍ଦର୍ପ କୁମାରଙ୍କ ପ୍ରଥମ ଦଶା,
ପ୍ରୀତି ପାଗଲିନି କହିବ ବିଧାତା ।
ତୁମରି କଥାକୁ ମନରେ ଘାରି,
ବୋଳି ହୋଇଗଲା ପ୍ରୀତିର ହୋଲି ।
ଦ୍ୱିତୀୟ ଦଶାର ଶର ଆଘତେ,
ଶରୀର ମୋର ଆତଙ୍କି ଉଠେ ।
ଆତଙ୍କି ମନକୁ ତୁମ ହାତରେ ଛନ୍ଦି,
ଜଡତା ଜୁଇରେ ନିଜେ ଜଳିଲି ।
ଅପେକ୍ଷାର ସବୁ ଅନ୍ତ ଘଟିଲା,
ମୋ ହୃଦୟ ଦେବତା ପାଖେ ବସିଲା ।
ତିନି ବରଷର ତପର ଫଳ ତପ ଫଳ କୁ ହାତରେ ଧରି,
କହି ଦେଲି ମୁଁ ତୁମ ମନମୟୂରୀ।
ଦୁରେଇ ଯିବାର କଥାକୁ ଭାବି,
ବିରହ ମନରେ କାନ୍ଦି କହିଲି ।
କେବେମୁ ଦେଖିବି ତମକୁ ସତେ
ଆର ବରଷକୁ ଆସିବ ତମେ ।
ମନର ଦେବତାକୁ ବାଲେଶ୍ୱର ଛାଡ଼ି,
ଚାଲି ଆଇଲି ମୁଁ କେନ୍ଦୁଝର ବାଡ଼ି ।

