ବାପା
ବାପା
1 min
217
ବାପା ବହୁତୁ ସହିଲ , କିନ୍ତୁ ପାଇଲ କଣ
ମେଞ୍ଚାଏ ଦିଗହଜା କୁହୁଡି, ମୁଠାଏ ଖୁସି
ସେ ଖୁସି ନିଜରତ୍ୱ ଖୁସି ନୁହେଁ
ସନ୍ତାନ ଶାନ୍ତତିଙ୍କ ଓଠରୁ ଝଡ଼ିପଡୁଥିବା
ଚେନାଏ ଖୁସି ଚିରକାଳ ପାଇଁ ବାଣ୍ଟି ଚାଲିଲ,
ପାଇବାର ଅଭିଳାଷ ନାହିଁ
ଆଖିକୁ ଜଡ କରିଦେଲ, ଚାହିଁରହିଲା ସ୍ୱପ୍ନକୁ
ହତଭାଗ୍ୟ ଆମ୍ଭେମାନେ ସ୍ୱପ୍ନକୁ ଦୁଃସ୍ୱପ୍ନ କରିଦେଲୁ
କ୍ଷେତରେ ଅସହିଷ୍ଣୁ ଖରକୁ ଖାତିରି ନକରି
ଆଗକୁ ମାଡିଚାଲିଲା, ବହୁଆଗକୁ
ନିଜଶରୀରକୁ ମାଟି କରିଦେଲ,
ମାଟି ମିଶିବାକୁ ବସିଲାଣି,
ସ୍ୱପ୍ନ ସ୍ୱପ୍ନରେ ରହିଗଲା ଦିଗହଜା ଚଢେଇଟିଏ ପରି ।
