STORYMIRROR

ARCHANA JENA

Romance Tragedy Classics

3  

ARCHANA JENA

Romance Tragedy Classics

ପ୍ରେମର ଆକାଂକ୍ଷ

ପ୍ରେମର ଆକାଂକ୍ଷ

1 min
292

ତୁମେ ମତେ ଟିକେ ପ୍ରେମ ଦିଅ,

ମୁଁ ତମ ପାଇଁ ପ୍ରେମ ର ପାହାଡ ତୋଳାଇବି,

ତମେ ମତେ ଘୃଣା ପାତ୍ରୀ କରି ଦିଅ

ଘୃଣା ରୂପକ ପ୍ରେମ ଫାସରେ ମୁଁ ତମକୁ ସାର ଜୀବନ ଛନ୍ଦି ଦେବି,

ତୁମେ ମତେ ପ୍ରେମ କର ଭାବିପାର

ମୁଁ ତମକୁ ମୋ ପ୍ରେମର ତାଜମହଲରେ ବସେଇ ସାରିଛି,

ତୁମେ ମତେ ପ୍ରେମ କବିତା ଟିଏ ଦିଅ 

ମୁଁ ତୁମ ପାଇଁ ପ୍ରେମ ର ଉପନ୍ୟାସ ସାଇତିଛି,

ତୁମେ ମତେ ଅବହେଲା ଦୃଷ୍ଟି ରେ ଦେଖିପାର

କିନ୍ତୁ ମୁଁ ତୁମକୁ ଭାବ ବିହୁଳିତ ଦୃଷ୍ଟିରେ ଚାହିଁ ବସିଥିବି,

ତମେ ମତେ ଧୋକାର ଉପହାର ଦେଇପାର

ଶ୍ରୀରାମ ଚନ୍ଦ୍ର ଏକପତ୍ନୀତ୍ୱ ଭାବକୁ ଏକ ପ୍ରେମିକ ଭାବରେ ଗଢି ତୋଳିବି,

ତମେ ମତେ ପ୍ରେମର ପାଠ ପଢାଇ ପାର

ମୁଁ ତମ ପାଇଁ ପ୍ରେମର ସାହିତ୍ୟ ଲେଖି ପାରିବି,

ତୁମେ ମତେ ସାରଳା ଯୁଗର ପ୍ରେମ ଦେଇପାର

କିନ୍ତୁ ମୁଁ ତମକୁ ଭଞ୍ଜଯୁଗର ପ୍ରେମ ଦେଇପାରିବି,

ତମେ ମତେ ଦୁରକୁ ଫିଙ୍ଗି ଦେଇପାର

ଉଠି ଆସି ତମ ହାତ ଧରି ସାର ଜୀବନ ଚାଲିବି,

ଏଇଟା ତାରତମ୍ୟ ନୁହେଁ ଏଇଟା

              ପ୍ରେମର ଆକାଂକ୍ଷ ବାସ୍ତବ ଚିତ୍ର,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance